STORYMIRROR

Dhirendra Kumar Pradhan

Inspirational

4.6  

Dhirendra Kumar Pradhan

Inspirational

ମହନୀୟା ନାରୀ

ମହନୀୟା ନାରୀ

1 min
719


ନାରୀ!

ମମତା ମହାପ୍ରସାଦର ଅଧିକାରିଣୀ

ତ୍ୟାଗ ବଳୀଦାନର ଅଧିଷ୍ଠାତ୍ରୀ

ଦୟାମୟୀ ନାରୀ ତୁମେ

ଜନନୀ ଜାୟା କନ୍ୟା ଭଗିନୀ।

ସଂସାରକୁ ରଖିଛୁ ତୁ କୋଳରେ ଧରିତ୍ରୀ

ପବିତ୍ରତାରେ ବଳୀୟାନ କରୁ ତୁ ଗାୟତ୍ରୀ

ବ୍ରହ୍ମଦେବଙ୍କ ସର୍ଜନାର ସ୍ବର୍ଗ ଗରଭେ ତୁମରି

ଭୂମିଷ୍ଠ କରାଉ ଗର୍ଭେ ଦଶମାସ ଧରି

ଅମୃତର ଧାର ଦେଇ ଜୀବନ ସଂଚାରୁ।

ଧୈର୍ଯ୍ୟର ଅଖଣ୍ଡ ଜ୍ୟୋତି ତୋହରି ପାଖରେ

ମହନୀୟ ପବିତ୍ରତା ଚାହାଣୀ ଆଖିରେ

ଜଳିଜଳି ଦିବାନିଶି ଯଜ୍ଞାହୂତି ସମ

ପ୍ରକାଶିତ କରୁ ତୁହି ତୋର ଔଜଲ୍ୟରେ।

ତୁ ଅଟୁ ଭାରତୀତ କେବେ ଝାନ୍ସୀ ରାଣୀ

କେବେ ସାଜୁ ମାଆ ଦୁର୍ଗା ମହିଷାମର୍ଦ୍ଦିନୀ

ନାରୀ ତୁହି ନାରାୟଣୀ ଜଗତଜନନୀ

ତୁମେ ନାରୀ ମାତା ସୀତା ଜନକନନ୍ଦିନୀ

ପୁରୁଷର ତାଡନାରେ ସଦା ବଦନାମ

କିଏ କହେ ନାରୀ ପାଇଁ ମରିଲା ରାବଣ

କିଏ କହେ ନାରୀ ପାଇଁ ନାଶ ଦୁର୍ଯ୍ୟୋଧନ

କିଏ କହେ ନାରୀ ପାଇଁ ମହିଷା ମରଣ

କିନ୍ତୁ

ପୁରୁଷର ପାପ ଯେବେ ହୁଅଇ ଭୀଷଣ

ନାରୀ ତ୍ୟାଗେ ମିଳିଅଛି ପାପୁ ଉଧ୍ଧାରଣ

ହତ୍ୟା କରେ ପାପୀ ସଦା ନାରୀ ସ୍ବାଭିମାନ

ଇତିହାସେ ଏଥିପାଇଁ ନାରୀ ବଦନାମ।।

ନାରୀ ନୁହେଁ ଏ ସଂସାରେ ପରଜିବୀ ଲତା

ନାରୀ ନୁହେଁ ଏ ସଂସାରେ ଅବଳା ବନିତା

ନାରୀ ଅଟେ ପୁରୁଷର ବଳ ବୀର୍ଯ୍ୟ ଶୌର୍ଯ୍ୟ

ନାରୀ ଅଟେ ବୀରାଙ୍ଗନା ବୀରର ସୌନ୍ଦର୍ଯ୍ୟ

ବୀରର ମଥାରେ ନାରୀ ଜୟକାର ଟୀକା

ପୁରୁଷ ମଥାରେ ନାରୀ ଲେଖେ ଭାଗ୍ୟରେଖା

ଅବଳା ଦୁର୍ବଳା ନୁହେଁ ନାରୀର ଜୀବନ

ସଂସାରର ସୁରକ୍ଷାରେ ନାରୀର ଦହନ।

ଏ ଜଗତ ଅସ୍ତିତ୍ବଟା ଯାହାର କୋଳରେ

ନାରୀ ନାମେ ପୂଜାପାଏ ସିଏ ଏ ସଂସାରେ ।

ସଂସ୍କୃତି ମୋ କେତେ ଉଚ୍ଚ ନାରୀ ମାତୃତୂଲ୍ୟା

ନଦୀ ବୃକ୍ଷ ପୁଷ୍ପ ଲତା ପ୍ରକୃତି ର ଖଳା

ଶସ୍ଯ ଶ୍ୟାମଳା ଗୋଧନ ନାରୀରୂପେ ରହି

କରୁଛନ୍ତି ଏ ଜଗତେ ମାଙ୍ଗଳିକ ଲୀଳା ।

ଧୀରୁ,ଝଜିରୀ,ଅନୁଗୁଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational