STORYMIRROR

Dhirendra Kumar Pradhan

Romance

3  

Dhirendra Kumar Pradhan

Romance

ପ୍ରେମ ଏକ ଅମୃତ ଅନୁଭବ

ପ୍ରେମ ଏକ ଅମୃତ ଅନୁଭବ

1 min
299


ଆ ମିଶିଯା ମୋ ଛାତିରେ

     ଲଭିବୁ ମୋ ସ୍ପନ୍ଦନ ର ମଧୁ ଚୁଭନ

ମୋ ପ୍ରେମର ବ୍ୟକୁଳତା ଆଉ ପରିବ୍ୟାପ୍ତ ଗଗନ


ଶୁଣିପାରିବୁ ଉଠୁଥିବା ଜୁଆରିଆ ଉତ୍କଣ୍ଠା 

ତୋତେ ପାଇବାକୁ ମୋ ଅଣୁପରମାଣୁର 

ପ୍ରାକ୍ ବିସ୍ଫୋରଣର ନୀରବ ସ୍ବର


ମଥାରଖି ଦେଖିପାରିବୁ ମୋ ଛାତି ତଳର 

ଚନ୍ଦ୍ରକିତ ପଲ୍ଲବ ବନ

ଶାନ୍ତ ଶୀତଳ ଅବିରତ ଝରଝର ଅଶ୍ରୁଝରଣ।

ଜାଣିପାରିବୁ ମୋର ଶୋଷର ଗଭୀରତା ଆଉ

ମୋ ଲାଳସାର ନିର୍ମଳତା

ପ୍ରେମ ମୋର ସ୍ବର୍ଗୀୟ 

    ଶ୍ରୀକୃଷ୍ଣ ଙ୍କ ଦୌଡଭଳି ସୁଦାମା ପଛରେ


ମୁଁ ତ ସାଜିଛି ଆଇନା ଟିଏ

ନିଜେ ଝାଙ୍କି କି ଦେଖ ମୋ ହୃଦ ଆଇନାକୁ

ଈଶ୍ବର ମିଳିବେ,,, ତୁମେ ଖୋଜିଛ ନିଜକୁ କେବେ

                      ଖୋଜ ମୁଁ ପାଇଛି ତୁମଠି


ଗାନ୍ଧୀ ବାପୁର ଅହିଂସାରେ ତରଳୁଥିବା ଆତତାୟୀ ର ହୃଦୟରେ

ମଦର ଟେରେସାଙ୍କ ସୌହାର୍ଦ୍ଦ୍ୟ ସେବାରେ

ସଂସାରୀର ସଂସାରରେ

      ବୈରାଗୀର ବୈରାଗରେ

ଯୋଗୀର ଯୋଗରେ

ଭୋଗୀର ଭୋଗରେ

            ଖାଲି ପ୍ରେମିକର ପ୍ରେମ କଣ ପ୍ରେମିକାଠାରେ

ଇପ୍ସିତ ସହ ଏକନିଷ୍ଠ ଚିରନ୍ତନତା ପ୍ରେମ

ସବୁ ଇପ୍ସିତ ହୋଇପାରେ ଦିଗନ୍ତ ଦୀପଟିଏ ପରି


ଇଛାତ ମୋହର ବନ୍ଧନ ମିଳନର

ହେଉ ନିଃସ୍ଵାର୍ଥ ନିଖୁଣ

ଚାଲୁନ କରିବା ଆଲିଙ୍ଗନ



સામગ્રીને રેટ આપો
લોગિન

Similar oriya poem from Romance