STORYMIRROR

Dhirendra Kumar Pradhan

Others

4  

Dhirendra Kumar Pradhan

Others

କବି

କବି

1 min
103

କଳାନଜରକୁ ସ୍ୟାହୀରେ ଧୁଏ ମୁଁ

ସତ୍ୟକୁ ଆତ୍ମାରେ ମୋର ମିଶାଇ

ତିମିର ବିଧ୍ବଂସୀ ସାଜେ ମୋ କବିତା

କଲମକୁ ମୋର ଅସି ସଜାଇ।


ମାତୃତ୍ବର ମିଠମିଠା ଆବେଗକୁ

ସଜାଇଛି ଲେଖି ମୋ ଗୀତରେ

କନ୍ୟା ସନ୍ତାନର ଦୈବ ଅସ୍ତିତ୍ବକୁ

ସୁରକ୍ଷା ଦେଇଛି ମାତୃଗର୍ଭରେ।


ବସ୍ତ୍ରାବୃତ କରେ ନିବସ୍ତ୍ରକୁ ମୁହିଁ

ନାରୀକୁ ମାଆର ମର୍ଯ୍ୟାଦା ଦେଇ

ପୁରୁଷପଣିଆ ଅନ୍ୟ ସୁରକ୍ଷାରେ

କବି ଅଟେ ଗୀତେ ମୁଁ ଲେଖଇ।


ହିମାଳୟ ଠାରୁ କୁମାରୀକା ଯାଏଁ

ଆତ୍ମାରେ ଭାରତ ମାତା ବସଇ

ଦେଶର ଅସ୍ମିତା ଦେଶର ସୁରକ୍ଷା

ଦେଶପ୍ରେମ ଦୀପ ମୁଁ ଜାଳଇ

ରାଷ୍ଟ୍ରବାଦିତା ମୋ କଲମରେ ଲେଖେ

ଲହୁ ଲୁହକୁ ମୋ ସ୍ୟାହୀ ସଜାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍