ସପନ
ସପନ
ସପନ
ସପନଟା ସେ ତ ପ୍ରେମର ଥିଲା
କେତେ ରାତି ଚେଇଁ ଚେଇଁ
ବିନା ନିଦେ ଥିଲା ଆକାଶକୁ ଚାହିଁ
କିଏ ପାଇଛି ସତ୍ୟତା ର ମଜା
କାହାର ଯାଇଛି ଭଣ୍ଡୁର ହୋଇ।
***********************
ସପନଟା ସେ ତ ସ୍ବାଧୀନତାର
ଦେଖିଥିଲା ଯିଏ ରକତ ନିଗାଡି
ଇତିହାସ ଗର୍ଭେ ଯାଇଛି ବୁଡି
ସୁଆଦଟା ତାର କେତେ ଯେ ପ୍ରକାର
ଲାଗି ଅଛି ଏଠି ସ୍ବାର୍ଥ ର ବଢି
କିନ୍ତୁ
ସପନଟା ଥିଲା ସୁନାର ଭାରତ
ନିଜ ହାଡମାଂସେ ଥିଲେ ତ ଗଢି।
************************
ସପନଟା ସେ ତ ରାମଙ୍କ ରାଜ୍ୟ ର
ନ୍ୟାୟ ଉପକାର ମାନବବାଦ
ଅହିଂସାର ଗୀତି କେତେ ଗାଉଥିଲା
କାନ୍ଦୁଛି ଦେଖି ଏ କପଟ ଛନ୍ଦ
***********************
ସପନଟା ଥିଲା ପୁତ୍ର ସନ୍ତାନ ର
ନାଶିଗଲା କେତେ ନିରୀହ ଭୃଣ
ମଲାପରେ ପାଣି ପରେ ତ ପାଇବ
ବଞ୍ଚି ଥାଉ ଗଲା ବୃଦ୍ଧ ଆଶ୍ରମ।
***********************
ସପନ ତଥାପି ଦେଖୁଛି ନୁୟନ
ହାତେ ଧରି ଗାନ୍ଧି ବୁଢାର ବାଡି
ଖୁସିହେବ ଚାଷୀ ନଦେବସେ ଫାସୀ
ଓପାସରେ କେହି ଯିବେନି ଗଡି
ନାରୀକୁ ସମ୍ମାନ ସର୍ବ ମନେ ରାମ
ଆତଙ୍କେ ନଥରୁ କାହାର ନାଡୀ
ଚାଲ ରାମରାଜ୍ୟ ଦେବାରେ ଗଢି।ଚାଲ ରାମରାଜ୍ୟ ଦେବାରେ ଗଢି।
ଝଜିରୀ।ଅନୁଗୋଳ।୯୪୮୮୧୦୮୫୯୬।
