STORYMIRROR

Dhirendra Kumar Pradhan

Inspirational

3  

Dhirendra Kumar Pradhan

Inspirational

ସମ୍ପର୍କ ଏକ ଡୋରୀ

ସମ୍ପର୍କ ଏକ ଡୋରୀ

1 min
171

ସମ୍ପର୍କ

ଏକ ଡୋରୀ

ଏ ଜୀବନ ଯାହା ବିନା ଦୁଃସହ

ଏ ଧରା ଏ ଆକାଶ ଏ ବନ ଏ ପାହାଡ

ଏ ନଦୀ ଏ ଝରଣା ଏ ପବନ ଏ ବଗିଚା

ଏ ସାଗର ଏ ବେଳାଭୂମି ଏ ଶାମୁକା ଏ ମୋତି

ସବୁ ସମ୍ପର୍କ ରେ ବନ୍ଧା।


ଏ ଜୀବନ ଜୀବଜଗତ ମଣିଷ

ଅନ୍ୟ ସହ ଯେବେ ଯୋଡି ହୋଇ ଆଗକୁ ବଢେ ତାହା ସମ୍ପର୍କ।


ସ୍ନେହ ବୋଳା ଆତ୍ମୀୟତାରେ ସମ୍ପର୍କ ଡୋରୀ ଟିଏ ତିଆରି କରେ

ତାହା ପ୍ରେମ

ଏ ସଂସାର ପ୍ରେମ ଡୋରୀ ରେ ପ୍ରବାହମାନ

ବାପା ମା ଭାଇ ଭଗ୍ନୀ

ଭାର୍ଯ୍ୟା ସ୍ବାମୀ, ପ୍ରେମୀକ ପ୍ରେମିକା

ଭକ୍ତ ଭଗବାନ

ମିତ୍ର ଶତ୍ରୁ।

ବନ୍ଧୁ ସହ ବନ୍ଧୁ , ମଣିଷ ସହ ମଣିଷର

ସବୁ ସମ୍ପର୍କ ରେ ବନ୍ଧା।


ଭଗବାନ ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ଥିଲେ

ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ପରି ମହାପୁରୁଷ ଭ୍ରାତୃତ୍ବର ତ୍ୟାଗର ପରାକାଷ୍ଠାର ଜ୍ବଳନ୍ତ ଉଦାହରଣ।

ଭାଇ ଭାଇ ପିତା ପୁତ୍ର ସମ୍ପର୍କ ଆଜି କଣ ଏମିତି?


ଆଜି ସମ୍ପର୍କ ସବୁ ସ୍ବାର୍ଥପୂର୍ଣ୍ଣ

ପାଇବାର ଆଶା କଣ ଡୋରୀ କୁ ମଜବୁତ କରେ

ସମ୍ପର୍କ ଦୁର୍ବଳ ହୋଇଯାଏ

ସ୍ବାର୍ଥ ବଢାଏ ଲୋଭ

ଲୋଭ ବଢାଏ ଇର୍ଷା

ଇର୍ଷା ବଢାଏ ଘୃଣା

ଘୃଣା ବଢାଏ କ୍ରୋଧ

କ୍ରୋଧରୁ ବିବେକର ହାନି


ବିବେକ ର ହାନିର ସମ୍ପର୍କ ର ମୃତ୍ୟୁ ହୁଏ।


ନିଃସ୍ବାର୍ଥ ବଢାଏ ପ୍ରେମ

ପ୍ରେମ ବଢାଏ ସହୃଦୟତା

ସହୃଦୟତାରେ ଥାଏ ଆତ୍ମୀୟତା

ଆତ୍ମୀୟତାରେ ଥାଏ ତ୍ୟାଗର ପରିଭାଷା

ତ୍ୟାଗ ମାନବର ମାନବତାକୁ ଦୃଢ କରେ।

ଆଉ ମାନବତା ସମ୍ପର୍କକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational