Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhirendra Kumar Pradhan

Others

3  

Dhirendra Kumar Pradhan

Others

କୃଷ୍ଣଚୂଡା

କୃଷ୍ଣଚୂଡା

1 min
416



୧-

ବୈଶାଖୀ ଆଗରେ ଠିଆ ହୋଇଥିଲା

କିଦମ୍ଭେ ସେ କୃଷ୍ଣଚୂଡା 

ନାଲି ତରତର କରଇ ମନ୍ତର

ଏକାଏକା କୃଷ୍ଣଚୂଡା ।

୨-

ନିଦାଘ ଦାରୁଣ ନିଃଶବ୍ଦ ବରୁଣ

ନଜର ସଂକୋଚେ ଫେଡା

ବଚନ ତା ଝାଞ୍ଜି ଶୁଷ୍କ ନିରିଦୟ

ନିଗ୍ରହ ସେ କୃଷ୍ଣଚୂଡା ।

୩-

ଡହଡହ ଖରା ମୁହଁ ପୋଡିଯାଏ

କାହିଁ କେତେ ଦୂରେ ସଞ୍ଜ 

ବିରହ ନିଆଁ ରେ ମନ ଜଳିଯାଏ

ସାକ୍ଷୀ କୃଷ୍ଣଚୂଡା କୂଞ୍ଜ।

୪-

ନାରଙ୍ଗୀ ନାସିକା ଶିଳ୍ପୀର ତୁଳୀକା

ଇକ୍ଷଣ ତୋର ଛୁରୀକା

ବିକଚ କୁସୁମ ତନୁ ଶୋଭାବନ

ସତେ କୃଷ୍ଣଚୂଡା ପେଟିକା।

         


Rate this content
Log in