STORYMIRROR

Dhirendra Kumar Pradhan

Others

3  

Dhirendra Kumar Pradhan

Others

ମାଟି ଦୀପ

ମାଟି ଦୀପ

1 min
198


 ମୋତେ ସାଇତି ପାରିବାରେ ଅସମର୍ଥ ମଣିଷ ପାଇଁ ମୁଁ ଜଳେ ।

        ମୋତେ ତମେ ମନ୍ଦିର ବେଢାରେ ଖୋଜ ।

                ଜଳାଇ ଚାଲିଆସ। 

        ମୋତେ ଦୀପାବଳି ରେ ଖୋଜ ।

            ଜଳାଇ ଫୋପାଡି ଦିଅ।

 ମୋତେ ତ୍ୟାଗିବାରେ ନଥାଏ କାହାରି ଅବଶୋଷ 

           ନଥାଏ ଦୁଃଖ,କି ନଥାଏ ଶୋଚନା।

         

   ଭଗବାନ ଙ୍କ ସହ କଥାହୁଏ ।ସେ ଖୁସି ହୁଅନ୍ତି। 

          ମୁଁ ମୋ କାମ କରିଯାଏ ।

କୋଳରେ ତୁମର ଆବେଗକୁ ବୋହି ଜଳେ ଓ ଜଳାଏ।

 ଅନ୍ଧକାରକୁ ଦୂରକରି

ତୁମ ମାନସିକର ସାକ୍ଷୀ ସାଜି ଭଗବାନ ଙ୍କୁ କହେ ତମକଥା।

  ମୋ ଜନ୍ମ ଦାତା ର ପେଟ ଭରେ। 

ସେଥିପାଇଁ କୃତଜ୍ଞତା ତୁମକୁ ।

            

       ମୁଁ ମାଟି ତିଆରି ଦୀପ ଟିଏ ।ଏହା ସତ।


Rate this content
Log in