STORYMIRROR

Dhirendra Kumar Pradhan

Inspirational

2  

Dhirendra Kumar Pradhan

Inspirational

ଜବାନ ତୁମକୁ ସଲାମ୍

ଜବାନ ତୁମକୁ ସଲାମ୍

1 min
2.5K


ମରଣ ବରଣ କରିସେ ଜବାନ

ଦେଖାଇଲା ଦେଶପ୍ରେମ

ପଥର ମାରନ୍ତି ଯେଉଁମାନେ ସେଠି

ମୃତ ତାଙ୍କ ସ୍ବାଭିମାନ ।

ଆତଙ୍କବାଦୀ ର ଆତଙ୍କ ହଟିବ

ହେବ ଶାନ୍ତି ର ସ୍ଥାପନ

ଶାନ୍ତ ସମୁଦ୍ର ଟା ଅଶାନ୍ତ ହୋଇଲେ

ଆସେ ସୁନାମୀ ତୋଫାନ ।

ଶାନ୍ତି ମୈତ୍ରୀ ବାର୍ତ୍ତା ବୁଝି ନପାରଇ

ବୁଝେ ସେ ଗୁଳିର ଭାଷା

ଭାରତ ଦେଶରେ ଅଭିନ୍ନ କାଶ୍ମୀର

ଛାଡିଦିଅ ସବୁ ଆଶା।

ଦେଷପ୍ରେମୀ ଏଠି ଅଛନ୍ତି ଜାଣିଛି

ଥରହର ପାକିସ୍ତାନ

ଭୀରୁ କାପୁରୁଷ ନପୁଂସକଗଣ

ପଛୁ କର ଆକ୍ରମଣ।

ମହାରୁଦ୍ର ସାଜି ଆମର ସୈନିକ

କରିବେ ଶତ୍ରୁ ନିପାତ

ଦେଶଦ୍ରୋହୀଯେତେ ଆଉ କ୍ଷମାନାହିଁ

ଜଳିବ ସବୁ ଜୀବନ୍ତ ।।


Rate this content
Log in

Similar oriya poem from Inspirational