STORYMIRROR

Mr.GAGAN BIHARI NAYAK

Romance Fantasy

4  

Mr.GAGAN BIHARI NAYAK

Romance Fantasy

ହୁଁ, ଉହୁଁ

ହୁଁ, ଉହୁଁ

1 min
362


ହେ !

ମୋ ସପନ ସାଥୀ 

ଝୁରେ ତମ ପ୍ରୀତି

ଦୂରେ ରହନାହିଁ ଆଉ  

ହୁଁ, ଉହୁଁ....l


ଉଛୁର ହେଲାଣି 

ଦିଅଗୋ ମେଲାଣି

ପ୍ରେମ ଏତିକିରେ ଥାଉ

ହୁଁ, ଉହୁଁ...l(0)


ଦେଖ ଆକାଶର ନୀଳ ଜହ୍ନଟି କୁ

ନୀଳିମା ଯାଇଛି ହଜି

ତାରାଭରା ଶେଜ ମୁକୁଳା ପଡିଛି

ଶିଶିରେ ଯାଇଛି ଭିଜି ।

ନୀଳ ଜରକୁ ପିଇ ନୀଳ କଇଁ

ଜଳେ ତା' ଜୀବନ ହୁ'ହୁ l(୧)


ପ୍ରେମ ଭାଷା ଜାଣି ନ ପାରି ଚାନ୍ଦିନୀ

ପ୍ରେମ ପଥେ ଥାପି ପାଦ

ଚାଲିବା ସେ ପଥେ କେତେ ଯେ' କଠିନ

ମିଳେ କେତେ ଅବସାଦ ।

ହତାଶ ମନରେ ସରାଗ ହରେଇ

ରହିଯାଏ ଯାଉ ଯାଉ ll(୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance