ଭାବର ନୃତ୍ୟ
ଭାବର ନୃତ୍ୟ
ରଙ୍ଗେ ନାରଙ୍ଗୀ ରଂଗଣୀ ରଙ୍ଗା
ମନ ଉନ୍ମାଦନା ନୟନ ଭଙ୍ଗା ।
ହୋଲି ପର୍ବେ ଉଲ୍ଲାସିତ ପୃଥିବୀ
ରାଧେ ରାଧେ ହୁଏ କୃଷ୍ଣ ପଲ୍ଲବୀ ।
ରଙ୍ଗ ପିଚିକାରୀ ନୃତ୍ୟ ର ଆଭା
ନୀଳକାନ୍ତି ପୁଣି ଦିବ୍ୟର ଶୋଭା ।
ସୁନ୍ଦରୀ ସୁଶୀଳା ଗୋପୀ ପ୍ରବର
ମନ୍ତ୍ର ମୁଗ୍ଧେ ନାଚେ ନାହିଁ ଖବର ।
ପାଗେଳିନି ଗୋପୀ କୃଷ୍ଣ ପ୍ରେମରେ
ନାହିଁ ଚିନ୍ତା ମନ ହୃଦ ବକ୍ଷ ରେ ।
ଚକ୍ରି ଘେର ପାଦ ପଦ ପଙ୍କଜ
କେଶ ଗୁଚ୍ଛ ପବନରେ ଉଲ୍ଲାସ ।
ହସ୍ତ ଉର୍ଦ୍ଧ୍ବ ମୁଖୀ ଗୋପାଳ ବାଡ଼ି
ରାଧା କୃଷ୍ଣ ମଧ୍ୟେ ଗୋପୀ ଘଗୁଡି ।
ପାଉଁଜି ଘୁଙ୍ଗୁର ନୃତ୍ୟ ବିହ୍ଵଳେ
ଖସି ଯାଇ ପଡେ କେଉଁ ଗ୍ୱହରେ।
କୃଷ୍ଣ ପ୍ରେମେ ଭିଜି ଗୋପୀ ଲଳିତା
ନାହିଁ ସ୍ଵତ୍ତ୍ୱା ତା'ର ସେ ନୃତ୍ୟ ବିହ୍ଵଳିତା ।
ରାଧା ଆଖି ଡୋଳେ କୃଷ୍ଣ ର ଛବି
ଅପଲକ ହୁଏ ମୂହୁର୍ତ୍ତେ ରବି ।
ପୁଷ୍ପ ଇଚ୍ଛା ସେ ଖସିବ ଭୂମି
ଗୋପୀ ରାଧା କୃଷ୍ଣ ପଦ ପଙ୍କଜ ଚୁମି ।
ଧନ୍ୟ କୃଷ୍ଣ ପ୍ରେମ ଧନ୍ୟ ସେ ଗୋପୀ
ଧନ୍ୟ ଧନ୍ୟ ରାଧା ରାଣୀ ସେ ତପୀ ।
ମନ ମୋର ସଦା ପବିତ୍ର ରହୁ
ତୁମ ପାଦ ତଳେ ଜୀବନ ଯାଉ ।