Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Archana Sahoo

Romance Tragedy Fantasy

3  

Archana Sahoo

Romance Tragedy Fantasy

ମନ ଉନ୍ମାଦନା ବୟସ ବକ୍ଷେ

ମନ ଉନ୍ମାଦନା ବୟସ ବକ୍ଷେ

1 min
358


ମନ ଉନ୍ମାଦନା ବୟସ ବକ୍ଷେ

ପ୍ରେମ ରସ ମିଶେ ମଲ୍ଲାର ଲକ୍ଷେ ।


ପ୍ରେୟସୀ ପ୍ରେମର ପଦ୍ମ ପାଖୁଡା

ଦେଖି ପୁଲକିତ ମନ ମେଖଳା ।


ବୟସ ର ସାତ ରଙ୍ଗ ଏ ବହେ

ପ୍ରେମ ବରମାସି କୁହୁକ ରହେ ।


ପଦ୍ମଜା ମିହିର ପ୍ରେମ ଯେମିତି

ଚାହିଁ ଚାହିଁ ବିତେ ଦିନ ସେମିତି ।


ନୀଳ କଇଁ ଆଉ ଚନ୍ଦ୍ରମା ଯେହ୍ନେ

ବିରହ ମାରୁଛି ମନ କୁ ସେହ୍ନେ ।


ଅମ୍ବର ବିରହି ଧରିତ୍ରୀ ଚାହିଁ

ମନ ମୋର ଜମା ମାନଇ ନାହିଁ।


ପ୍ରିୟ ମୋର ଦୂର ପ୍ରବାସୀ ପତି

ବିରହ ଦେଇଛି ଦୋହରି ଅତି ।


ନିଶ୍ୱ ପ୍ରିୟ ବିନା ମୋ ମନ ହୃଦ

ଝୁରେ ରାତି ଦିନ ମୋ ଆଖି ହ୍ରଦ ।


ଚନ୍ଦ୍ରମା କୁ ଦେଇ ଚିଠି ପତ୍ର ଟି

ଅନେଇ ରହିଛି ପତି ସ୍ୱର ଟି ।


ମ୍ରିୟ ମାଣ ଅତି ବିରହ ଦେଶେ

ଜୀବନ ପ୍ରାଣ ମୋ ରୁଧିର ଶୋଷେ ।


ନିସ୍ତବ୍ଧ ନିସ୍ କ୍ରିୟ ତନୁ ମୋ ମନ

କରିଛି ମୁଁ ଖାଲି ଛୋଟ ଅଭମାନ ।

Name - Archana Sahoo
A.t - Khajuria pada
Post- Narisho
Dist - Khordha 
State - Odisha 
P.s - Balipatana 
Pin code- 752103 

Via- Niali 



Rate this content
Log in

Similar oriya poem from Romance