STORYMIRROR

Archana Sahoo

Romance Tragedy Fantasy

3  

Archana Sahoo

Romance Tragedy Fantasy

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
152

ପ୍ରେମର ଆକୁଳ ନିବେଦନରେ

ଝରିଯାଏ ଝରା ଶେଫାଳି

ସୂର୍ଯ୍ୟ କିନ୍ତୁ ଚାହାଁନ୍ତିନି

ଟିକେ ବି ତା' ଆଡ଼କୁ

ଛାୟା ସନ୍ଧ୍ୟା ପରି ସ୍ତ୍ରୀ 

ଥାଉ ଥାଉ ,ଶେଫାଳି କୁ

କାହିଁକି ବା ଚାହିଁବେ ସେ

ପଦ୍ମ ପରି ସୁନ୍ଦରୀ ପ୍ରେମିକା

କୁ ଦିନ ରେ ସେ ଯେ କ୍ଲାନ୍ତ

ସଞ୍ଜ ନଇଁଲେ ସେ ଧୀରେ ଧୀରେ

ଚାଲନ୍ତି ସ୍ୱ ଗୃହର ପତ୍ନୀ ପାଖକୁ

ନିଜ ସଂସାର ରେ ସେ ବ୍ୟସ୍ତ

କାହିଁକି ଚାହିଁବେ ସେ 

କିଏ ମରୁ ବା କିଏ ବଞ୍ଚୁ

ବା ଆଉ କିଏ ଝରି ଯାଉ ଝୁରି ଝୁରି

ଯୁଗ ଯୁଗରୁ ଅପେକ୍ଷା ରତା

ଶେଫାଳି ଆଜିବି ଥକିନି 

ଅନେଇ ରହିଛି ନିଜ ପ୍ରିୟକୁ

ସେ ଆସିବେ ହଁ 

ସେ ଦିନେ ଆସିବେ 

ରାତିରେ ହିଁ ଆସିବେ 

ନେଇଯିବେ ନିଜ ସାଥିରେ 

ବକ୍ଷରେ ଲଗେଇ ସବୁଦିନ ପାଇଁ

ରଖିଦେବେ ନିଜ ହୃଦୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance