STORYMIRROR

Archana Sahoo

Romance Fantasy Inspirational

3  

Archana Sahoo

Romance Fantasy Inspirational

ଶ୍ରୀରାଧା

ଶ୍ରୀରାଧା

1 min
464

ଚଞ୍ଚଳ ନୟନେ ଅଞ୍ଜନ ବଂଶୀ

ଡୋଳା ଦୋଳି ଯାଏ କେଶବ କଞ୍ଚି ।


ପାଦରେ ନୂପୁର ଅଳତା ଜବା

ପଦ୍ମ କଢି ଜିଣି ଅଙ୍ଗୁଳି ଶୋଭା ।


ନାଲି ବିନ୍ଦୁ ଟୋପା ବଣ ବକୁଳ

ପିପିଲିକା ଦେଖିବାକୁ ବ୍ୟାକୁଳ ।


ବାଜେଣି ନୂପୁର ଅଳତା ଜିଣି

ମନଲୋଭା ଦୃଶ୍ୟ ମନକୁ କିଣି ।


ଗୋପୀ ମଧ୍ୟେ ଶ୍ରୀରାଧା ମୋହିନୀ

ଅଳଙ୍କାର ଫିକା ତା' ରୂପ ଜାଣି ।


ହା କୃଷ୍ଣ ହା କୃଷ୍ଣ ଦିବ୍ୟ ତା ସ୍ଵତ୍ତା

ମହିମା ଅପାର ପ୍ରେମ ତା' ଗୀତା ।


ମହୀ ମଧ୍ୟେ ପ୍ରେମ ଉଦାହରଣ 

ନିଃସ୍ୱାର୍ଥ ନିଷ୍ପାପ ମଧୁ ବରଣ ।


କୂଳ ବଧୂ ସିଏ ବ୍ରଜ ର ଗୋପୀ

କୃଷ୍ଣ ଭଜନ ତୃଷ୍ଣା ସେ ତପୀ ।


ସୁନ୍ଦର ସୁଶୀଳା ସୋମ୍ୟା ସୁଆଭା

ସର୍ବ ଗୁଣେ ସର୍ବକୃଷ୍ଟ ସୁଶୋଭା ।


ନୂପୁର ଝଙ୍କାରେ ନୃତ୍ୟ ଦୁର୍ବାରେ

ବଂଶୀ ସ୍ଵନେ ପଦ ତାଝୁମ୍ ଧରେ ।


ଧନ୍ୟ ଧନ୍ୟ ଆହେ ଗୋପୀର ଶ୍ରେଷ୍ଠ

ଧନ୍ୟ ପ୍ରେମ ଭକ୍ତି ଚିତ୍ତେ ଅଭିଷ୍ଠ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance