STORYMIRROR

Archana Sahoo

Romance Tragedy Fantasy

3  

Archana Sahoo

Romance Tragedy Fantasy

ମନ ପକ୍ଷୀ

ମନ ପକ୍ଷୀ

1 min
371

ଅଦୂର ଗହୀର      ପାରି ହେଲେ ସତେ

    ମୋ ପ୍ରିୟ ର ଅଗଣା ଦିଶେ

ଝାପ୍ସା ସବୁଜିମା      ବୁକୁ ଚିରି ଦେଲେ

    ତା' ତୁଳସୀ ଚଉରା ହସେ । 


ପଶ୍ଚିମା ପବନ      ପାରି ହେଉଥିଲେ

    ତା' ଘର ଆଡୁ ବୁଲି ଆସେ 

ନୀଳିମା ଆକାଶ     ସରିଯାଏ ସତେ

   ସେଇ ପଶ୍ଚିମ ଦିଗର ବେଶେ ।


ଦିନର ସୂରୁଜ      ବୁଡ଼ିଗଲା ବେଳେ

    ନାଲି ଛିଟ ଶାଢ଼ୀ ପାଶେ

ମନ ଯାଇ ଥରେ    ଦୁଃଖ ର ଗରଭେ

    ଧିରେ ଧିରେ ଯାଇ ବସେ । 


ପ୍ରିୟ ର ଗାଁ ରେ      ମନ ପକ୍ଷୀ ଥରେ

    ଉଡି ବୁଲି ଦେଇ ଆସେ

ଉଡି ଉଡି ବୁଲି      ଥକି ଗଲା ପରେ

   ତା' ଅଗଣା ଦୁଆରେ ବସେ । 


ତା' ଅଗଣା ଦୁଆରେ     ବୋହୂ ଟିଏ ସାଜି

    ମନ ସବୁବେଳେ ରୁଷେ

ସିନ୍ଦୁର ପାଇଁ କି        ଜିଦି କରି କରି 

    ନିରବରେ ଫେରି ଆସେ । 


    



Rate this content
Log in

Similar oriya poem from Romance