STORYMIRROR

Archana Sahoo

Romance Fantasy Inspirational

3  

Archana Sahoo

Romance Fantasy Inspirational

କୃଷ୍ଣ ମିଳନ

କୃଷ୍ଣ ମିଳନ

1 min
523

ନାଚେ ଆଜି କଦମ୍ବ ବନ

ମିଳନ ସ୍ୱର ଧରି

ରାଧା ମାଧବ ଏକତ୍ର ଆଜ

ଫଗୁ ଖେଳକୁ ଭରି ।


ମୟୂର ଶୁକ କାକ ଡାହୁକ

ଠେକୁଆ ସହ ମିଳି 

ନାଚନ୍ତି ଆଜି ତା ଧେଇ ଧେଇ

ବଂଶୀର ତାନେ ଖେଳି ।


ପାଦ ପଦ୍ମ ବେନି ପଦ୍ମ ର ଚୂଡ଼ା

କୋମଳ ଘାସ ପରେ

ଝୁଲଣ ସଜା ପୁଷ୍ପ ସନ୍ଧ୍ୟା ରେ

ସୁଗନ୍ଧ ଛୁଟେ ଖରେ ।


ଚାରି ନୟନ ମିଳି ରହିଛି 

ଅମ୍ବର ଦେଖ ମୁଗ୍ଧ

ମନ୍ଦ ସମୀରଣେ ପୁଷ୍ପ ଝୁଲୁଛି

ପାଇବା ପାଇଁ ସାନିଧ୍ୟ ।


ଶ୍ରୀରାଧା ହସ୍ତ ନୀଳ କାନ୍ତିକୁ ଛୁଏଁ

ମୂରଲୀ ଶୁଣେ କର୍ଣ୍ଣ

ଭାବ ବିହ୍ଵଳ ଶ୍ରୀରାଧା ଆଜ

କୃଷ୍ଣ ମିଳନ ବର୍ଣ୍ଣେ ।


ଜୀବନ ଧନ୍ୟ ନୀଳ ମାଧବ

ନୀଳ ବର୍ଣ୍ଣା ପ୍ରେମ ମୟ

ନୀଳ ନୟନ ମିଳନ ଆଜ

ଏ ଅପୂର୍ବ ଆତ୍ମା ପୟ ।



સામગ્રીને રેટ આપો
લોગિન

Similar oriya poem from Romance