Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Archana Sahoo

Romance Fantasy Inspirational

4.5  

Archana Sahoo

Romance Fantasy Inspirational

ରୂପ ରାଇଜର ରାଜକୁମାର

ରୂପ ରାଇଜର ରାଜକୁମାର

1 min
3.0K


ରୂପ ରାଇଜର   ଅନୁପମ ତନୁ

 ମାଖି ଚନ୍ଦନ କାଠର ଲେପ

ଥିରି ଥିରି କୁହେ  ଅକୁହା ପୁଲକେ

   କୁହୁକ ରାଇଜ ଗପ ।


ପାଦ ଆଙ୍ଗୁଳି ର   ରୂପ କି ବର୍ଣ୍ଣିବି 

  ସେ ତ ନଡ଼ିଆ ଫୁଲ ର ସିପ

ଗୋରା ଟୁକୁଟୁକୁ    ହୀରାର ପ୍ରଳାପ

   ଝିଲି ମିଲି ତା'ର ରୂପ । 


ବିଧାତା ର ସବୁ     ସୁନ୍ଦର ସୃଷ୍ଟି

  ଯାଇଥିଲା ବୋଧେ ଛପି

ଇନ୍ଦ୍ର ଧନୁ ରଙ୍ଗ     ଫିକା ପଡିଥିଲା

  ତା' ରୂପ କୁ ମାପି ମାପି ।


କୁହୁକ ଆଖିରେ    କଥା କହୁଥିଲା

    ଓଠ ରହୁଥିଲା ଚୁପି 

ଲୁଚି ଛପି ଆସି     ଗଭୀର ମନରେ

    ନୀରବରେ ଗଲା ଛପି ।


ଗୋଲାପି ଓଠ ଟା    ଚୁପି ରହୁଥିଲା

   ଆଖି ଦଉଥିଲା ଗପି

ସୁନ୍ଦର ଠାଣି ରେ     ସୁନ୍ଦର ଆଖିଟା

   ପ୍ରେମ ଦେଉଥିଲା ଲେପି ।


ନିଶବ୍ଦ ନୁପୂର     ବାଜୁଥିଲା କାନେ

    ଅଭେଦ ଦରଜା ଟପି

ପ୍ରେମର ରାଗିଣି    ଗାଉଥିଲା ସତେ

    ଅବେଳାରେ ଲୁଚି ଛପି ।


ନିଶବ୍ଦ ନୁପୂର    ଥମି ଗଲା ହାଏ

  ଯେବେ ସ୍ବପ୍ନ ମୋର ଗଲା ଭାଙ୍ଗି

ଉଠି ବସିଲି ମୁଁ    ଅଧା ନିଦ ଭାଙ୍ଗି

   କିଛି ଥଣ୍ଡା ଜଳ ସ୍ପର୍ଶ ଲାଗି ।

Name - Archana Sahoo
A.t - Khajuria pada
Post- Narisho
Dist - Khordha 
State - Odisha 
P.s - Balipatana 
Pin code- 752103 

Via- Niali 


Rate this content
Log in

Similar oriya poem from Romance