Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Archana Sahoo

Romance Fantasy Inspirational

3  

Archana Sahoo

Romance Fantasy Inspirational

ପ୍ରିୟ

ପ୍ରିୟ

1 min
243


କାଗଜର ଅଲେଖା ଲେଖାରେ ମୁଁ

ତୁମକୁ ଦେଖି ପାରେ 

ସପନର ଅଲିଭା ଅଧା ଅଧରରେ

କଳ୍ପନା କରିପାରେ ତୁମକୁ ।


ଅବିଶ୍ୱାସ ର ନିଶ୍ୱତା ଭିତରେ 

ତୁମକୁ ମୁଁ ବିଶ୍ୱାସ କରିପାରେ 

ସନ୍ଦେହ ର ଧଳା କୁହୁଡ଼ିରେ

ନିଃସନ୍ଦେହ ରେ ତୁମ ସହ ଘୁରିପାରେ ।


ହୃଦୟ ର ସ୍ପନ୍ଦନ ରେ ମୁଁ

ଶୁଣିପାରେ ଖାଲି ତୁମକୁ 

ହେଲେ ଦେଖିପାରେନି 

ବାସ୍ତବତା ଭିତରେ ।


ସୂର୍ଯ୍ୟ ଙ୍କ ପହିଲି କିରଣ ଆଉ ଶେଷ

କିରଣ ର ମାଳା ଯେବେ ମୋ ପାଖକୁ

ଲମ୍ବି ଆସେ ,ସେବେ ମୁଁ ଅନୁଭବ କରିପାରେ

ତୁମର ହସର ତୀବ୍ରତାକୁ ।


ଶବ୍ଦ ହୀନ ସେ ସ୍ମିତ ହାସ୍ୟ

ଗୋଲାପି ରଙ୍ଗ ବିଞ୍ଚି କଣ ଗୋଟେ

କହିଯାଏ ନୀରବରେ 

ହେଲେ ସେ ସବୁ ଯେ ଶୁଣିପାରେନି ମୁଁ ।


ବର୍ଷା ର ଶୀତଳ ନୃତ୍ୟରେ 

ଟୋପା ପଡିବାର ଛନ୍ଦ ରେ

ଗୀତ ଟିଏ ଆସି ଆଖି ଆଗରେ 

ତ ଆଉ କେବେ ପାଖରେ ବସି ହସି ଦିଏ ।


ହେଲେ କେବେ ଛୁଇଁ ପାରେନି ସେ

ସୁନ୍ଦର ମଣିଷଟିକୁ 

ଏହା ମୋର କଳ୍ପନା ନୁହେଁ ତ ।


ନା ନା ଏହା ବାସ୍ତବତା 

କେବେ ସେଇ ରୂପ ଯେ 

ବାସ୍ତବ ରୂପ ନେଇ ଆସିପାରେ

ବିଶ୍ୱାସ ଅଛି ।


Name - Archana Sahoo
A.t - Khajuria pada
Post- Narisho
Dist - Khordha 
State - Odisha 
P.s - Balipatana 
Pin code- 752103 

Via- Niali 


Rate this content
Log in

Similar oriya poem from Romance