ପ୍ରିୟା ମୋର
ପ୍ରିୟା ମୋର
ରାଧା ଓ ମୀରାର ପ୍ରେମ ତ ସ୍ୱଚ୍ଛ
ପ୍ରେମର ନିଦର୍ଶନ
ସେ ମନ୍ଦାକିନୀ ଅନାବିଳ ପ୍ରୀତି ଧାରା
ସତ୍ୟ ସନାତନ ।
ସେଥିରେ ରହିଥାଏ ତ ତନୁ ମନ ପ୍ରାଣ
ତ୍ୟାଗର ବଳିଦାନ
ପ୍ରଗାଢ଼ ସ୍ନେହ, ଅଯାଚିତ ମୋହ ଆଉ
ସ୍ୱର୍ଗୀୟ ସମର୍ପଣ ।
ମଣିଷ ମନ ଖୋଜେ ସେ ନିଆରା ପ୍ରେମ
ଓ ମଧୁର ବନ୍ଧନ
ଥାଏ ଆଵିଳତାବିହୀନ ସମ୍ମୋହନ, ଲୋଡା
ନାହିଁ ସମ୍ପତ୍ତିର ପ୍ରୟୋଜନ ।
ସେ ପ୍ରେମ ମିଳିଲେ ଆସେ ଖୁସିର ଜୁଆର,
ମନ ରହେ ସୌମ୍ୟ ଶାନ୍ତ
ସେ ଉଦୀୟମାନ ସୂର୍ଯ୍ୟର କିରଣ ପରି କରେ
ଜୀବନ ଵିନ୍ଦୁକୁ ଦୀପ୍ତିମନ୍ତ ।
ଵିଛାଇ ଦିଏ ଜୀବନେ ଫୁଲର ପାଖୁଡ଼ା ସବୁ
ସ୍ନେହ ଡୋରେ ମନ ବାନ୍ଧି ଦିଏ
ଦିଏନାହିଁ କେବେ ମନରେ ଦୁଃଖ ହୃଦୟରେ
ସୁଖ ଶାନ୍ତି ଭରି ଦିଏ ।