STORYMIRROR

Chittaranjan Nanda

Tragedy Fantasy

4  

Chittaranjan Nanda

Tragedy Fantasy

କୁସୁମିତ ହେଉ ସର୍ବ ପଥ

କୁସୁମିତ ହେଉ ସର୍ବ ପଥ

1 min
1.1K


ଚଉଷଠି ବରଷ ପୁରିଲାଣି 

ଏବେ

ସପନ ପରି ଲାଗୁଛି ଯେବେ 

ଭାବେ।୧।


କର୍ତ୍ତବ୍ୟର ପଥ ଅଟେ 

ମଣିଷର

ସତ୍ୟ ପଥ, ଧର୍ମ ପଥ 

ଚଳିବାର।୨।


ଗାଁଠୁ ସହରେ ଲୁଚକାଳି ଖେଳେ 

କରୋନା ରହି,

ଲକଡାଉନ ପରେ ସଟଡାଉନ କିଛି 

କାମ କରେଇ ଦିଏ ନାହିଁ।୩।


କେତେଦିନ ଆଉ ମୁଖାବାନ୍ଧି 

ଘରେ ବସିବା

ଭୋକ ଦାଉରୁ କୁହ କିପରି 

ବଂଚିବା।୪।


ଦିନ ମଜୁରିଆ ଖଟିଲେ ଖାଇବ

କରୋନାର ଦକା ନଥାଏ

କରୋନାର କାୟା ବଢୁ ଅବା ଛିଡୁ 

ତା'ର କି ଯାଏ?।୫।


କେତେ ନୂଆ ଭୂତାଣୁ ଆସନ୍ତି

ରୂପ ବଦଳେଇ

ଶ୍ରମଜୀବି ବୁଝିବ କଣ ଖଟଇ

ପେଟ ଚାଖଣ୍ଡକ ପାଇଁ

ହଁ ହଁ ପେଟ ଚାଖଣ୍ଡକ ପାଇଁ।୬।


କାଳିଆ ନିକଟରେ ହାତ ଯୋଡି ମାଗେ,

କୁସୁମିତ ହେଉ ସର୍ବ ପଥ ଆମ ଆଗେ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy