ପ୍ରିୟା ମୋର
ପ୍ରିୟା ମୋର
ଲୁଚି ଦେଖୁଅଛି ଝରକା ଫାଙ୍କରେ
ପ୍ରିୟା ମୋର ଝାଙ୍କି ହୋଇ
ଆକାଶ ବକ୍ଷକୁ ଜହ୍ନର ମୁଖକୁ
ଚାହିଁ ଉଲ୍ଲାସ ଯେ ହୋଇ ।
କିଏ ତ ବୁଝାଅ ପ୍ରିୟାକୁ ଯେ ମୋର
ଜହ୍ନ ରୁ ସୁନ୍ଦର ଜିଣି
ଜହ୍ନ ର କାୟା ରୁ ମଞ୍ଜୁଳ ମୟୁଖ
ନିରନ୍ତେ ଆଣିଛି କିଣି ।
ଜହ୍ନ କୁ ଅନାଇ ସ୍ମିତ ହାସ୍ୟ ବହି
କେଉଁ ଭାବନା ର ତୀରେ
କେଉଁ ରାଇଜ ରେ ଅବା ଜହ୍ନ ଠାରେ
ଭାବର ପ୍ରଦାନ କରେ ।
ସେ ଚାହେଁ ଜହ୍ନ କୁ ମୁଁ ଚାହେଁ ଜହ୍ନ କୁ
ଝରକା ର ଫାଙ୍କ ମଧ୍ୟେ
ସେ ହସେ ମୁରୁକି ଜହ୍ନ କୁ ନିରେଖି
ମୁଁ ହଜେ ତାରି ମଧ୍ୟେ ।
ପ୍ରିୟା ର ବଦନ ସୁବର୍ଣ୍ଣ ସୁବର୍ଣ୍ଣ
ସ୍ଵର୍ଣ୍ଣ ଜ୍ୟୋସ୍ନେ ନଟ ପଟ
ପୁନଃ ସେ ପବନ କରି ଯେ ଚୁମ୍ବନ
ଫେରି ଆସେ ଝଟ ପଟ ।
ପ୍ରିୟା ର ସ୍ପରଶ ଘେନି ଯେବେ ଫେରେ
ଶିହରଣ ଭରି ଦିଏ
ମନ ରେ ଆବେଗ ପ୍ରଣୟ ର ଭାବ
ଚଞ୍ଚଳତା ଭରି ଦିଏ ।
ପବନ ଚତୁର ହୋଇ ସେ ବିଭୋର
କେତେ ଦୁଷ୍ଟାମି ସେ କରେ
ପ୍ରିୟା ର କେଶ କୁ ମୁଖ ମଣ୍ଡଳକୁ
ଆବୋରେ ଆନନ୍ଦ ଭରେ ।
ଶ୍ରବାର ଝୁମୁକା ପବନ ତାଳରେ
ଝୁମି ଝୁମି କରି ନାଚେ
ଚିକି ମିକି ରଶ୍ମି ଜହ୍ନ ଠାରୁ କିଣି
ରୌପ୍ୟ ସୌନ୍ଦର୍ଯ୍ୟ ସେ ସିଞ୍ଚେ ।
ନୟନ ଯୁଗଳ ଦୁହିଁଙ୍କର ମେଳ
କି ତାର ଅଛି ତୁଳନା
କଜ୍ଜଳ କଜ୍ଜଳ ନୟନ ଯୁଗଳ
କି ଅଛି ତାର କଳନା ।
ଯେବେ ମୋର ଆଖି ସୁନ୍ଦରତା ଦେଖି
ଚୁପ୍ ହୋଇ କିଛି କୁହେ
ଯଦି କେବେ ସିଏ ସମ୍ମୁଖ ରେ ଆସେ
ହୃଦ ଆଲିଙ୍ଗନ ଚାହେଁ ।