STORYMIRROR

Archana Sahoo

Fantasy Inspirational Children

4  

Archana Sahoo

Fantasy Inspirational Children

ବୋଉ ମୋ ପ୍ରଥମ ପ୍ରେମର ପୁଲକ

ବୋଉ ମୋ ପ୍ରଥମ ପ୍ରେମର ପୁଲକ

1 min
736


ଶୀତୁଆ ସକାଳର କୁହୁଡି

           ଭରା ନିଦୁଆ ତିଥିରେ

ଯାହାର ପାଟି ଶୁଣି ନିଦ ଭାଙ୍ଗେ

                    ସେ ହେଉଛି "ବୋଉ" ।


ଯେ ଭୋକକୁ ମାପି ବାର

            କ୍ଷମତା ରଖିଛି ନିଜ ଭିତରେ

ସେ ଆଉ କେହି ନୁହେଁ

                  ସେ ମୋ "ବୋଉ" ।


ଯାହାର ବାଡ଼ିକୁ ଡରି

         ମୁଁ ପିଲା ଦିନେ ସବୁଦିନ

ସ୍କୁଲ୍ ଚାଲି ଯାଉଥିଲି

             ସେ ମୋ "ବୋଉ" ।


ଏବେ ଯେଉଁ ସରଳ ବଧୂ ଟି

          କୋଉ ଝିଅ ପଳେଇବା

କଥା ଶୁଣି ଡରି ଯାଉଛି

                 ସେ ମୋ "ବୋଉ" ।


ମୋ ଯୌତୁକ ସଜାଡୁ ସଜାଡୁ

            ଯେ ଆଜିକାଲି ନିଜର ସଉକ୍ କୁ

ବଳି ଚଢ଼େଇ ଦେଉଛି

               ସେ ମୋ "ବୋଉ" ।


ଯେ ବାହାରକୁ ଛାଡିବାକୁ

          ଆଜିକାଲି ଡରି ଯାଉଛି

ସେ ସେଇ ସୁରକ୍ଷା ଦାତ୍ରୀ

                 ମୋ ପ୍ରିୟ "ବୋଉ" ।


ଯିଏ ନିଜେ ନପଢିବି

        ମତେ ପାଠ ପଢିବା ପାଇଁ ଯେ

ସବୁବେଳେ କୁହେ ପ୍ରେରଣା ସାଜେ

                 ସେ ମୋ "ବୋଉ" ।


ଭୁଲ୍ କାମ ନକରିବାକୁ

           ଯିଏ ପ୍ରତିଶ୍ରୁତି ହଜାରେ ଥର ନେଇକି ବି

ଆହୁରି କୋଡିଏ ଥର ନିଏ

             ସେ ମୋ ପ୍ରିୟ "ବୋଉ" ।


ଶେଷରେ ଯାହାକୁ ବର୍ଣ୍ଣିବା ପାଇଁ

            ମୋ ପାଖରେ ତମାମ୍ ଶବ୍ଦର

ଅଭାବ ଦେଖାଯାଏ

                 ସେ ହେଉଛି ମୋ "ବୋଉ" ।


Rate this content
Log in

Similar oriya poem from Fantasy