STORYMIRROR

Chittaranjan Nanda

Romance Fantasy

4  

Chittaranjan Nanda

Romance Fantasy

ପ୍ରେମର ଭାଷା

ପ୍ରେମର ଭାଷା

1 min
394


ପ୍ରେମ ଅଟେ ସତ୍ୟ ଶିବ ସୁନ୍ଦର, ପ୍ରେମର

ସମ୍ପର୍କେ ସମସ୍ତେ ବନ୍ଧା

ପ୍ରେମ ଚିର ଶାଶ୍ଵତ, ପ୍ରେମର ନାହିଁ ବିନାଶ, 

ପ୍ରେମ ଅଟେ ମଧୁଛନ୍ଦା l୧l


ପ୍ରେମର ସଂଜ୍ଞା ସେ କାହୁଁ ବୁଝିବ ସ୍ୱାର୍ଥ ପାଖେ 

ଯାର ଥାଏ ମନ,

ଲାଳସା ବିହୀନ ସମ୍ପର୍କହିଁ ସତ୍ୟ, ଯୁଗେ ଯୁଗେ 

ଅଟେ ସ୍ୱାର୍ଥହୀନ l୨l


ପ୍ରଭୁ ଅଙ୍ଗେ ଓତପ୍ରୋତଃ ଜଡିତ ଭାବନାରେ

ମନ ହୁଏ ଉଲ୍ଲସିତ 

ନଥାଏ ଦୁଃଖ, ନଛୁଏଁ ଅଭାବ, ପାଇଣ ପ୍ରଭୁଙ୍କୁ, 

ତାହା ତ ସମର୍ପଣ ପ୍ରେମ ଭାବ l୩l


ମିଳେ ପ୍ରେମର ସ୍ୱରୂପ, ଆଦାମ-ଇଭ, ରାମ-ସୀତା, 

ରାଧା-କୃଷ୍ଣ, ଶିବ-ପାର୍ବତୀ ରେ 

ଯୁଗଳ ବନ୍ଦିର ସମର୍ପଣ ଭାଵ ଜାଣିବା କେମିତି

ଭାଲେଣ୍ଟାଇନ ଇତିହାସ ନପଢ଼ିଲେ l୪l


ପ୍ରେମମୟ ହେଲେ ମନରେ ନଆସେ ବଡ ସାନ

ନଥାଏ ତଫାତ୍ ଆପଣା ପର

ଗୋପରେ ନନ୍ଦ ଘରେ ବାତ୍ସଲ୍ୟ ପ୍ରେମେ ଯଶୋଦା 

କିପରି ବାନ୍ଧିଲା କହ୍ନେଇକୁ ତାର l୫l


ପ୍ରେମରେ ନ ଥାଏ ଜାତିଗତ ବାଧା, ନଥାଏ ତ 

କେବେ ଛୁଆଁ ଅଛୁଆଁ

ଲଳିତା ପ୍ରେମରେ ବିଦ୍ୟାପତି ହୋଇଥିଲେ ବନ୍ଧା 

ଜାଣିଛି ସାରା ଦୁନିଆଁ  l୬l


ଭୁଲି ଯାଇଛକି କେଦାର-ଗୌରୀ ର ପ୍ରେମଗାଥା,

ସେ କୀର୍ତ୍ତି ଯାଇଛି ରହି

ରୁଙ୍କ୍ମୁଣୀ-କୃଷ୍ଣ ଙ୍କ କାହାଣୀର ପ୍ରେମର ଧାର 

ସମସ୍ତଙ୍କ ମନରେ ଥାଇ  l୭l


କେବେ ପ୍ରିୟ ଓ ପ୍ରିୟାର ମନ ଫାଟେ, କରି

ଥାଏ ହୃଦୟ ଦହନ 

ଏହାତ ନିଶ୍ଚିତ ଅବ୍ୟକ୍ତ ଉଦାସପଣ, ଅଟଇ

ମଧୁର ସମ୍ମୋହନ l୮l


କାହା ମନରେ ଆସିପାରେ ବିଚିତ୍ର ଦହଗଞ୍ଜ 

କିନ୍ତୁ ତାହା ତ ପ୍ରେମର ସ୍ୱର 

ପ୍ରେମତ ଆତ୍ମାର ବସନ୍ତ ମଳୟ, ନୂହେଁ ଅଦ୍ଭୁତ,

କିନ୍ତୁ ଏକ ଦରଜ ହୃଦୟର l୯l


ପ୍ରଥମ ପ୍ରେମ, ନଥାଏ କେବେ କାମନା ବାସନା

ଅବା କିଛି ପାଇବାର ଆଶା

ନୂହେଁ କେବେ ଜାଲି, କରେ ନର-ନାରୀ ଦୁଇ

ଜଣକୁ ମତୁଆଲା, ଆଣେ ମଧୁର ଭାଷା l୧0l


ପ୍ରେମ ନୂହେଁ ଏହା ମନିଷୀଙ୍କ ସୃଷ୍ଟି, ନୂହେଁ କେବେ

କାମନା ବିକୃତି ମନ

ପ୍ରେମ ଏକ ନୈସର୍ଗିକ ଶବ୍ଦ ଆତ୍ମାର ସ୍ବତଃପୂର୍ତ୍ତ

ସୁଧାମୟ ପ୍ଲାବନ l୧୧l


ଯୁବ ପିଢ଼ି ଉଲ୍ଲସିତ ହୁଏ ଫେବୃଆରୀ ଚଉଦ 

ଆସଇ ବରଷେକେ ଥରେ,

ପାଳିଲେ ସେ ପ୍ରେମର ଦିବସ ପ୍ରେମୀ ଯୁଗଳ, 

ମତାନ୍ଧ ବ୍ୟତିବ୍ୟସ୍ତ ହୁଅନ୍ତି କିଆଁ ମନରେ l୧୨l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance