ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ ସରେ ନାହିଁ କଥା
ପାହେ ନାହିଁ ଶୁଭରାତ୍ରୀ
ପ୍ରେମରେ ପ୍ରେମରେ ଚହଟଇ ମଲ୍ଲି
ମହକେ ଗଙ୍ଗଶିଉଳି ।
ଜୁଇ ଯାଈ ହେନା ରଜନୀଗନ୍ଧାର
ଭୁରୁଭୁରୁ ସୁଗନ୍ଧରେ
ରଜନୀ ସଜନୀ ଖୋଲଇ କବରୀ
କୃଷ୍ଣ ଚୂଡା ଦୋଳି ଖେଳେ ।
ବାଜେ ରୁଣୁଝୁଣୁ ପାଦର ପାଉଞ୍ଜି
ପ୍ରଖରେ ପ୍ରଶ୍ବାସ ଶ୍ୱାସ
ଉଚ୍ଛସେ ଜୀବନ ଭେଦ ଓ ଅଭେଦ
କାୟାଛାୟା ରସରାସ ।
ପ୍ରେମରେ ପ୍ରେମରେ ବରଷଇ ସୁଧା
ସେନେହ ମମତା ପ୍ରେମ
ସୃଜେ ପ୍ରତିବିମ୍ବ ଆଖିରେ ଆଖିରେ
ବତୁରେ ସବୁଜ ସ୍ୱପ୍ନ ।
ପଲ୍ଲବେ ନୂତନ ଆଶା ଫଳ ପୁଷ୍ପ
ହୁଅଇ ଅଙ୍କୁରୋଦ୍ଗମ
ଉନ୍ମେଷେ ଜୀବନ ପ୍ରେମରେ ପ୍ରେମରେ
ଅମୃତ ପ୍ରେମ ମହାନ ।।

