Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan Rajput

Classics Fantasy Inspirational

4  

pawan Rajput

Classics Fantasy Inspirational

କେବେ କୁହ ନାହିଁ

କେବେ କୁହ ନାହିଁ

1 min
358


କେବେ କୁହ ନାହିଁ ମୋ ବାପା ମାଆଙ୍କୁ

ରଖି ଅଛି ମୋର ଘରେ

ସର୍ବଦା କହିବ ମୁଁ ରହି ଅଛି

ମୋ ବାପା ମାଆଙ୍କ ର ଘରେ ।


କେବେ କହିବନି ମୋ ବାପା ମାଆଙ୍କୁ

ରଖି ଅଛି ମୋର ପାଖରେ

ସର୍ବଦା କହିବ ମୁଁ ରହି ଅଛି

ମୋ ବାପା ମାଆଙ୍କ ର ପାଖରେ ।


କେବେ କହିବନି ମୋ ବାପା ମାଆଙ୍କୁ

ବୃଦ୍ଧ/ବୃଦ୍ଧା ବେଳେ ପୋସୁଅଛି

ସର୍ବଦା କହିବ ବାପା ମାଆଙ୍କର

ମୁଁ ଖାଇ ବଞ୍ଚି ରହିଛି ।


ଜନମ ଦେଲେ ବଡ଼ ବି କଲେ

ଦିନ ରାତି ଗୋଟେ କରି

ଅଭାବ ପୂରଣ କରିଥିଲେ ତୁମ

ନିଜର ପେଟକୁ ମାରି ।


ନିଜ ଜୀବନ ଠୁ ବଡ଼ ଭାବିଥିଲେ

ତୁମ ଜୀବନକୁ ଗଢି

ତୁମରି ପାଇଁ ରଖି ଦେଇଛନ୍ତି

ଜମି, ବାଡି, କୋଠା ବାଡି ।


ତୁମ ଜୀବନଟା ତାଙ୍କ ଅବଦାନ

କୋଠା ବାଡି ଅଟେ ତାଙ୍କର

ଏବେ ବଡ ହୋଇ କେମିତି କହୁଛ

ସବୁ ଯାକ ଅଟେ ମୋହର ।


ସବୁ ସମ୍ପତ୍ତି ତାଙ୍କରି ଥିଲା

ଆଜି ଅଛି ତୁମ ପାଖରେ

କେଉଁ ମୁହେଁ ପୁଣି ଗର୍ବରେ କହୁଛ

ବାପା ମାଆଙ୍କୁ ରଖିଛି ମୋ ପାଖରେ ।


ବାପା ମାଆ ଯଦି ତୁମର ନଥାନ୍ତେ

ତୁମେ ଥାଆନ୍ତ କି ଏ ସଂସାରେ

କେବେ କହିବନି ମୋ ବାପା ମାଆଙ୍କୁ 

ରଖି ଅଛି ମୋର ପାଖରେ

ରଖି ଅଛି ମୋର ପାଖରେ ।


Rate this content
Log in

Similar oriya poem from Classics