Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ହଜିଛି ଫଗୁଣ

ହଜିଛି ଫଗୁଣ

1 min
874



ମନେ ପଡିଯାଏ   ହଜିଲା ସେଦିନ

    ଭରା ହସଖୁସି ବେଳା 

ସୁରଭି ମହକେ    ବାସେ ଦଶଦିଶ

     ଯଉବନ ମଧୁଶାଳା ।


ଫଗୁଣ ଆସିଲେ     ବାସଇ ବଉଳ

    ଜାଗେ ନୀଳ ଆଶା ସ୍ୱପ୍ନ

ଉଲ୍ଲସେ ଜୀବନେ   ଆନନ୍ଦ ଉତ୍ସାହ

      ଇନ୍ଦ୍ରଧନୁ ସପ୍ତରଙ୍ଗ ।


ଲାଗେ ସୁଶୀତଳ    ଆମ୍ର ତରୁ କୁଞ୍ଜ

       ସୁମଧୁର କୁହୁ ସ୍ୱନ

ମଳୟ ସମୀର    ବହେ ସୁଲୁ ସୁଲୁ

      ଚୋରାଇ ନିଅଇ ମନ ।


ପ୍ରିୟାର ଚାହାଣୀ   ଚୋରା ଚଇତାଳି

       ଅମୃତ ସୁନ୍ଦର ପ୍ରେମ

ଲାଗେ ମଧୁମୟ     ଅତି ଆପଣାର

       ପ୍ରିୟପ୍ରିୟା ଅନୁପମ ।


ମନ ପ୍ରଜାପତି     ପାଗଳ ଭ୍ରମର

      ରଙ୍ଗେ ହୁଏ ମତୁଆଲା

ଫୁଲରୁ ଫୁଲକୁ     ଉଡି ବୁଲୁଥାଏ

       ସହଜେ ଦିଏନି ଧରା ।


ଫିକା ଫିକା ଲାଗେ  ଫଗୁଣର ରଙ୍ଗ

       ବସନ୍ତ ଯାଇଛି ହଜି

ମିଳନ ପରବ   ଫଗୁବୋଳା ଦୋଳ

      ଝୁରୁଅଛି ମନ ଆଜି ।

          


Rate this content
Log in

Similar oriya poem from Romance