STORYMIRROR

Manoja kumar Pattnayak

Classics Fantasy

4  

Manoja kumar Pattnayak

Classics Fantasy

ପ୍ରେମ ସମ୍ପର୍କ

ପ୍ରେମ ସମ୍ପର୍କ

1 min
1.1K

ସମ୍ପର୍କ ର ମାନେ ନୁହେଁ ସଂଖା ଓ ସିନ୍ଦୂର

ସମ୍ପର୍କ ଯେ ପବିତ୍ରତା ପ୍ରେମର ମନ୍ଦିର

ସମ୍ପର୍କ ନୁହଁଇ ଅବା ସୂତା କ୍ଷିଅ ଟିଏ

ହୃଦୟ ରେ ସଦା ସର୍ବଦା ରହିଥାଏ

ସମ୍ପର୍କ ର ମାନେ ନୁହେଁ ଅଟେ ଏହା ପ୍ରେମ

ବାପା ମା ଭାଇ ଗୁରୁଜନ ଙ୍କ ସମ୍ମାନ

ଜୀବନର ଲମ୍ବା ବାଟ ଚାଲିବାକୁ ‌ହେଲେ

କେତେ ବେଳେ କିଏ ଆସି ସମ୍ପର୍କ ଯେ ଗଢେ

ସମ୍ପର୍କ କୁ ଥରେ ଯିଏ ବୁଝି ଯାଇଥାଏ

ଜୀବନ ଯୁଦ୍ଧରେ କେବେ ହାରିବି ନ ଥାଏ

ସବୁ ସମ୍ପର୍କ ର ମାନେ ନୁହେଁ

ରହିବ ଜୀବନ ସାରା

କିଛି ସମ୍ପର୍କ ଯେ କିଛି ଦିନ ରହି

ହୋଇ ଯିବ ଅଫେରା

ସମ୍ପର୍କ ଉପରେ କାହିଁକି କେଜାଣି

ବିଶ୍ୱାସ ତୁଟଇ ପ୍ରାଣୀର

ସମ୍ପର୍କ କୁ ପୁଣି ପଶ୍ନବାଚୀ କରି

ଚାହିଁ ରହିଥାଏ ଉତ୍ତର

ଜୀବନର ସେଇ ପଶ୍ନବାଚୀ ଶୁଣି

ସମ୍ପର୍କ ତତ୍ ପର କୁହଇ

ଶୁଣିବାର ଯଦି ଧର୍ଯ ତୁମ ନାହିଁ

ସ୍ଥାନ ଛାଡି ଯାଓ ପଳାଇ

ସବୁତ ସରିବ ମଣିଷ ମରିବ

ସମ୍ପର୍କ ମରିବ ନାହିଁ

ସମ୍ପର୍କ ଯେ ତୋତେ ପାଗଳ କରିବ

ଜୀବନ ହାରିବୁ ଯାଇ

ଯେତେ ଖୋଜୁଥିଲେ ସେତେ ପାଉଥିବ

ଏହାର ବିଲୟ ନାହିଁ

ସମୟର ସ୍ରୋତେ ନାଆ ଭାଉଁଥିଲେ

ଜୀବନ କୁ ଡର ନାହିଁ

ହସ ଲୁହ ମିସା ସମ୍ପର୍କ ଡୋରି

ରହିବ ଜୀବନ ସାରା

ମଣିଷ ଏହାକୁ ବୁଝିନ ପାରିଲେ

ଶେଷରେ ବୁଝିବ ପରା

ମଣିଷ ଏହାକୁ ଯେତେ ତୁଟାଇଲେ

ସେ ଚୀର ଆମର ପରା

ସମ୍ପର୍କ ରେ ଯଦି କେବେ ଦାଗ ଲାଗିଯିବ

ସେ ଦାଗ ଲିଭିବା କେବେ ସହଜ ନ ହେବ

ଯେତେ ଲିଭାଇବା ପାଇଁ ତୁମେ ଯେ ଚାହିଁବ

ସଦା ସର୍ବଦା ସିଏ ହୃଦୟରେ ଥିବ

ସମ୍ପର୍କ ନୁହଁଇ ବାଲି ଘରଟିଏ

ଭାଙ୍ଗିଗଲେ ଗଢିଦେବ

ସମ୍ପର୍କ ଯେ ଏକ ସ୍ଵଚ୍ଛକାଚ ଟିଏ

ସ୍ଵଚ୍ଛ ଭଳି ଦିଶୁଥିବ

କଲମର କାଳି ସରି ସରି ଯାଏ

ସମ୍ପର୍କ ର ମାନ କମ୍ ନ ଥାଏ

ଯେତେ ଏହାକୁ ମୁଁ ସଙ୍କୁଚ ଲଗାଏ

ଧିରେ ଧିରେ ଏହା ବଢ଼ି ବଢ଼ି ଯାଇ

ଆଉ ମୋ ପାଖରେ ସମ୍ଭବ ନୁହେଁ

ଏଇଠୁ ଦେଉଚି ପୁଣ୍ଣଛେଦ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics