STORYMIRROR

Prasanna kumar sahu

Fantasy

4  

Prasanna kumar sahu

Fantasy

ପ୍ରେମ

ପ୍ରେମ

1 min
213

ପ୍ରେମର ଅର୍ଥ ଜାଣିବା ପାଇଁ

ସମ୍ଭବ ନୁହଇ ଭାଇ,

କାହା ପାଇଁ ପୁଣି ପ୍ରେମ ଯେ ପୁରା

ଭିନ୍ନ ଭିନ୍ନ ହୋଇ ଥାଇ।


ବାତ୍ସଲ୍ୟ ପ୍ରେମ ର ଅର୍ଥ ଅଟେ ଭିନ୍ନ

ସଭିଙ୍କୁ ମିଳଇ ଯାହା,

ଦାମ୍ପତ୍ୟ ପ୍ରେମ ର ମଧୁରତା କତେ

ଦମ୍ପତି କହିବେ ତାହା।


ପ୍ରକୃତି ପ୍ରେମ ରେ କି ରସ ରହିଛି

ପ୍ରକୃତି ପ୍ରେମୀଙ୍କୁ ଜଣା,

ସାହିତ୍ୟ ର ପ୍ରେମ ନିବିଡତା କେତେ

ସାହିତ୍ୟିକ ବାଟ ବଣା।


ପରୋପକାରେ କି ପ୍ରେମ ରହିଛି ଯେ

ଉପକାରୀ ଲୋକ ଜାଣେ,

ହରି ନାମେ ଯେଉଁ ପ୍ରେମ ରହିଅଛି

ଜାଣିଛି ଯିଏ ଯେ ଶୁଣେ।


କର୍ମରେ ରହିଛି କି ପ୍ରେମ ସତରେ

କର୍ମଠ ତାହାକୁ ଜାଣେ,

ଅଳସୁଆ ଲୋକ କାମ କୁ ସଦା ଯେ

ଉତ୍କଟ ବିଷ ଯେ ମଣେ।


କୁଟୁମ୍ବ ପ୍ରେମ ରେ କି ରସ ରହିଛି

କୁଟୁମ୍ବି ତାହା କହିବ,

ସେହି ପ୍ରେମ ର ମଧୁରତା କେତେ

ସନ୍ୟାସୀ କାହୁଁ ବୁଝିବ।


ଭାଉଣୀ ର ପ୍ରେମ ଭାଇ ପାଇଁ କତେ

ଭଉଣି ଥିଲେ ଜାଣିବ,

ଏକୋଇର ବୋଳା ବିଶିକେଶନ ଯେ

ସେ ପ୍ରେମ କାହିଁ ବୁଝିବ ।


ପିତା ମାତା ସେବା କେତେ ମଧୁର

କରିବା ଲୋକ ଜାଣିଛି,

ଯାହା ମାତା ପିତା ବୃଦ୍ଧ ଆଶ୍ରମରେେ

ଏହି ପ୍ରେମ ନ ପାଇଛି।


ମଦ ମାଂସରେ କି ପ୍ରେମ ରହିଛି ଯେ

ମଦ୍ୟପ ସିନା ଜାଣିବ,

ଶାକାହାରୀ ଲୋକ ଏହି ପ୍ରେମ କଥା

ଅଜଣା ହୋଇ ରହିଛି।


ପ୍ରେମ ର ଅର୍ଥ ଅଟେ ଭିନ୍ନ ଭିନ୍ନ ସଦା

କାହା ପାଇଁ ସିଏ କିସ,

କାହା ପାଇଁ କେଉଁ ପ୍ରେମ ଯେ ଅମୃତ

କାହା ପାଇଁ ପୁଣି ବିସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy