ଭଲ ପାଇବା ନୁହେଁ ତ ଆଉ କଣ
ଭଲ ପାଇବା ନୁହେଁ ତ ଆଉ କଣ
ସଳିତା ଜଳି ଜଳି ପାଉଁଶ ହୋଇଯାଏ
ଏହା ନିଆଁ ପ୍ରତି ତା'ର ଭଲ ପାଇବା ନୁହେଁ ତ ଆଉ କଣ ।
ନଦୀ ସମୁଦ୍ରରେ ମିଶି ନିଜ ଅସ୍ତିତ୍ବ ହରାଏ
ଏହା ସମୁଦ୍ର ପ୍ରତି ତା'ର ଭଲ ପାଇବା ନୁହେଁ ତ ଆଉ କଣ।
ସୂର୍ଯ୍ୟ ବି ମେଘ ପଛରେ ନିଜ ରୋଦ୍ରତାକୁ ଲୁଚେଇ ଦିଅନ୍ତି
ଏହା ମେଘ ପ୍ରତି ତା'ର ଭଲ ପାଇବା ନୁହେଁ ତ ଆଉ କଣ ।
ଫୁଲ ବି ଭଅଁର ଆଗରେ ନିଜ ମାଧୁର୍ଯ୍ୟକୁ ବାଢ଼ି ଦିଏ
ଏହା ଭଅଁର ପ୍ରତି ତା'ର ଭଲ ପାଇବା ନୁହେଁ ତ ଆଉ କଣ ।
ପଦ୍ମ ମଧ୍ୟ ପଙ୍କରେ ଫୁଟି ତାକୁ ଲୋକାଭିମୁଖୀ କରିଦିଏ
ଏହା ପଙ୍କ ପ୍ରତି ତା'ର ଭଲ ପାଇବା ନୁହେଁ ତ ଆଉ କଣ ।
ଚନ୍ଦନ ଗଛ ବି ତା ଶରୀର ମଧ୍ୟରେ ବିଷଧର ଙ୍କୁ ଜାଗା ଦିଏ
ଏହା ବିଷଧର ପ୍ରତି ତା'ର ଭଲ ପାଇବା ନୁହେଁ ତ ଆଉ କଣ ।