STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ସବୁଜ କ୍ଷେତରେ ସୁନା ଫସଲ

ସବୁଜ କ୍ଷେତରେ ସୁନା ଫସଲ

3 mins
346


ଏଇ ଦେଖ ଚଷା ଭାଇ , ବସିଛି ବିଲ ହୁଡାରେ 

ଅସୁମାରୀ ଆଶା ସାଥେ,ଖୁସି ଭାବ ହୃଦୟରେ

ସବୁଜ କ୍ଷେତରେ ଭରା, ସୁନେଲି ରଙ୍ଗର ଧାନ 

ଚାଷୀ ଭାଇ ବ୍ୟତିରେକ,ମୋହିତ ଦର୍ଶକ ମନ

କେତେ ଅନୁଧ୍ୟାନ ପୁଣି ,ପୂର୍ଣ୍ଣ ମନ ଧ୍ୟାନ ଧାରେ

ଚଷା ଭାଇ ଫଳାଇଛି,ସୁନା ଫସଲ କ୍ଷେତରେ

ସବୁଜ କ୍ଷେତରେ ଧାନ,ସୁନେଲି ରଙ୍ଗର ଶୋଭା      

ଶୀତ ସକାଳର ସୂର୍ଯ୍ୟ,କିରଣରେ ମନଲୋଭା 

କ୍ଷେତରେ ସୁନେଲି ଧାନ, ଚଷା ଭାଇ ବି ଉଛନ୍ନ 

ଚଷା ଭାଇ ଓଠେ ହସ, ସତ ହୋଇଛି ସପନ

ଚଷା ଭାଇ ସର୍ବୋପରି, ଏ ଦେଶର ଅନ୍ନ ଦାତା

ଭଲ ଫସଲ ଭିତ୍ତିରେ,ଦେଶର ପ୍ରଗତି କଥା

ଦେଶର ଅର୍ଥନୈତିକ,ଅଭିବୃଦ୍ଧି ନିର୍ଦ୍ଧାରଣ 

କୃଷି ପୁଣି କୃଷକର, ଅବଦାନରେ ନିଦାନ

ସୁନାର ଫସଲ ପାଇଁ, ଅନ୍ନଦାତାର ହିଁ ଚିନ୍ତା

ଆଲୋଚନାର ବିଷୟ,ସେଇ ଅନ୍ନ ଦାତା କଥା


ଅନ୍ନଦାତା କୃଷକର, କୃଷି ପ୍ରମୁଖ ସମ୍ବଳ       

କୃଷି ହିଁ ମୁଖ୍ୟ ଜୀବିକା,କୃଷି କୃଷକର ବଳ     

ମାଟିକୁ ତିଳକ କରିଛି, ମାଟି କୁ ମା'ର ମାନ୍ୟତା

ଝାଳ ବୁହା ପରିଶ୍ରମ ,କେବଳ ଫସଲ ଚିନ୍ତା

ଖରା ଝାଞ୍ଜି ହେଉ ଅବା,ବର୍ଷାର ମୁଷଳ ଧାରେ

ପୁଣି ହାଡ ଭଙ୍ଗା ଶୀତ,ସହି ନିତି କାମ କରେ    

ଅଧା ଦେହକୁ ଘୋଡାଇ,ମୁଣ୍ଡରେ ଭିଡ଼ି ସେ' ପାଗ      

ଯାହା ହେଲେ ପେଟେ ଖାଇ, ଚାଷ କାମ କରେ ଆଗ 

ଶସ୍ୟ ଅମଳ ପରେ ହିଁ, ଫଳବତୀ ହେବ ଆଶା 

କ୍ଷେତରେ ଭରା ଫସଲ,ଏକ ମାତ୍ର ହିଁ ଭରସା

ଯାହା ତାହା ଖାଇ ଖୁସି,ପେଟ ଭର୍ତ୍ତି ହେଲେ ଶାନ୍ତି

ଖାଦ୍ୟ ଶସ୍ୟ ଉତ୍ପାଦନେ, ଶାନ୍ତି ପ୍ରାୟ ଅସରନ୍ତି

ପ୍ରଥମେ କୁଟୁମ୍ବ ଚିନ୍ତା, ଅନ୍ୟ ପାଇଁ ଅବଶିଷ୍ଟ

ସେହି ଅବଦାନ ପ୍ରାୟ,ଦାନ ସମ ଅଟେ ଶ୍ରେଷ୍ଠ

ଦାନା ଯୋଗାଡ ରେ ବ୍ୟସ୍ତ , ନିଜ ପରିବାର ପାଇଁ     

ଅବଶିଷ୍ଟ ଶସ୍ୟ ବିକ୍ରି , ଏ ଦେଶର ହିତ ପାଇଁ

      

ସମସ୍ୟା ଭିତରେ ବୁଡ଼ି, ବ୍ୟସ୍ତ କୃଷକ ଜୀବନ       

କେବେ ବୁଡ଼ି ଓ ମରୁଡି,ଦାଉ ଦୁଃଖର କାରଣ     

ଫସଲ ବିହୁନେ ଚଷା ,ମନରେ ଦୁଃଖ ଓ ଚିନ୍ତା      

ଜୀବନ ହରାଏ କେହି ,କାହାର କରଜ ଚିନ୍ତା      

କୃଷକର ଚାଷ କାମ ,ପ୍ରାୟ ବର୍ଷା ଭରସାରେ       

ପାଣିର ଅଭାବ ସତ,ଗୋଟିଏ ଫସଲ ପରେ      

ଶସ୍ୟ କ୍ଷେତ ଚାଷ ପରେ ,ହୁଏ ବି ପରିବା ଚାଷ      

ବର୍ଷା ଓ କାଳ ବୈଶାଖୀ , କ୍ରମେ କରେ ସର୍ବନାଶ

ଜଳ ସେଚନ ସୁବିଧା,ଭଲ ଅମଳର ଧାର       

ପାଣିର ସୁବିଧା ଥିଲେ,କୃଷକ ମନରେ ବଳ 

ଚାଷ ବେଳେ ବର୍ଷା ନାହିଁ, ପାଣିର ଅଭାବ ପ୍ରାୟ      

ବର୍ଷା ବିନା କୃଷକର, ତନ ମନ ବି ଅଥୟ 

ପରିବେଶ ବି ଦୂଷିତ, ନାହିଁ ପାହାଡ ଜଙ୍ଗଲ

ଜଙ୍ଗଲ ସଫେଇ ପୁଣି,ପାହାଡ ବି ସମତଳ

ଜଳବାୟୁ ବ୍ୟତିକ୍ରମ, ଋତୁ ଚକ୍ରରେ ବ୍ୟାଘାତ 

ଚାଷ ପ୍ରାୟ ବାଧା ପ୍ରାପ୍ତ ,କାହିଁ ଅଛି ପାଣି ସ୍ରୋତ!

ହଳ ଲଙ୍ଗଳ ଯୁଆଳି, ନାହିଁ ଆଉ ପୂର୍ବ ପରି

ଆଧୁନିକ ଯନ୍ତ୍ରପାତି,ବ୍ୟବହୃତ ସର୍ବୋପରି

ଫସଲର ମୂଲ୍ୟ ଠାରୁ ,ବେଶି ସାର ଓ ବିହନ 

ପ୍ରାୟ ପଶା ପାଲି ଖେଳ , ଚଷା ହୃଦରେ କମ୍ପନ    

ବ୍ୟାଙ୍କ୍ ଅବା ସାହୁକାର , ଧାର କରଜ ର ସ୍ରୋତ      

ଫସଲ କ୍ଷତି ବଳରେ, ଋଣ ଭାରେ ବ୍ୟତିବ୍ୟସ୍ତ  

     

ଚାଷୀ ବଞ୍ଚି ରହିଲେ, ତା'ର କୁଟୁମ୍ବ ବଞ୍ଚିବ     

ଏ ଦେଶର ଅଧିବାସୀ , ପୁଣି ଉପକୃତ ହେବ     

ଚାଷୀର ସଦା ସମସ୍ୟା ,ବୁଡି ମରୁଡି ସହିତ

ଏକ ବୋଝ ସମ ଋଣ,ଚାଷୀ ଚାହେଁ ଋଣ ମୁକ୍ତ 

ପଖାଳ ଭାତ ବା ରୋଟି,ସାଥିରେ ପିଆଜ ଫାଳେ 

ସୁନାର ଫସଲ କରେ, ସେହି ଖାଦ୍ୟ ଦ୍ରବ୍ୟ ବଳେ 

ତାରକା ହୋଟେଲ ଅବା,ଭବ୍ୟ ସମାରୋହ ବେଳେ

ଚଷା ଯୋଗାଇବା ଦାନା,ପରଶା ହୁଏ ତତ୍କାଳେ


ପ୍ରତି କ୍ଷେତ୍ରରେ ଉନ୍ନତି ,ସମାଜରେ ଦୃଶ୍ୟମାନ

ଚାଷ କୁ ଅଗ୍ରାଧିକାର,ଧାରା ହେଉ ସମର୍ପଣ

ଜଳ ସେଚନ ବ୍ୟବସ୍ଥା ,ଅଗ୍ରାଧିକାର ଭିତ୍ତିରେ

ସମସ୍ୟାର ସମାଧାନ,ହେଉ ସରକାରୀ ସ୍ତରେ 

ପ୍ରାୟ ବିଭିନ୍ନ ଯୋଜନା, କୃଷିର ଉନ୍ନତି ପାଇଁ    

ସଚେତନତା ବିହୁନେ, ଚାଷୀ ଲାଭ ପାଉ ନାହିଁ

ଜଳ ସେଚନ ବ୍ୟବସ୍ଥା,ନିହାତି ଅଟେ ଜରୁରୀ       

କୃଷି କୁ ବି ଶିଳ୍ପ ସମ,ମାନ୍ୟତା ହିଁ ଦରକାରୀ   

କୃଷି ଜାତ ଦ୍ରବ୍ୟ ପ୍ରାୟ, ପ୍ରକ୍ରିୟା କରଣ ଧାରେ

ପରେ ପୁଣି ବିପଣନ,ଅବଶ୍ୟ ହେଉ ବିଧିରେ

ନୂତନ ଜ୍ଞାନ କୌଶଳର , ସଦ୍ୟ ସୁତ୍ର ପ୍ରଶିକ୍ଷିତ     

ଆତ୍ମନିର୍ଭରଶୀଳର ,ମନ୍ତ୍ର ହେଉ ପ୍ରୋତ୍ସାହିତ   

ଜାଗ୍ରତ ଓ ସଚେତନ, କୃଷକ ପକ୍ଷେ ଜରୁରୀ

ନିଜର ଓ ଫସଲର ,ବୀମା ବିଧି ସର୍ବୋପରି

କୃଷି ଆଇନ ସହିତ, ସୁବିଧା ପ୍ରତି ଜଡ଼ିତ    

ସମସ୍ୟା ଅଛି ଜୀବନେ ,ସମାଧାନ ବି ନିହିତ 


ଆତ୍ମନିର୍ଭରଶୀଳର,ପନ୍ଥା ବି ନିର୍ଣ୍ଣୟ ହେଉ

ଆତ୍ମହତ୍ୟା ଘୃଣ୍ୟ କାମ, ଏ କଥା ମନରେ ରହୁ

କୃଷକର ଜୟ ଜୟ , ଅନ୍ନ ଦାତା ଏ ଦେଶର 

ଚାଷୀ ହିଁ ପରିଶ୍ରମର ,ଯଥା ଯୋଗ୍ୟ ଅବତାର

ସଚେତନ ଓ ଜାଗ୍ରତ, ହୁଅ ଚାଷୀ ଏ ଯୁଗର

ଚଳନ୍ତି କୃଷକ ନୀତି , ଜ୍ଞାତ ହେବା ଶ୍ରେୟସ୍କର 

ଆଧୁନିକ ଯନ୍ତ୍ରପାତି ,ସଦା ବ୍ୟବହାର ହେଉ        

ଅଧିକ ଅମଳ ସୁତ୍ର, ଜ୍ଞାନ ଆହରଣ ହେଉ

ନିଜର ଓ ଫସଲର ,ବୀମା ପ୍ରତି ଧ୍ୟାନ ରହୁ

ଆତ୍ମହତ୍ୟା ଘୃଣ୍ୟ କାମ ,ଏକଥା ମନରେ ଥାଉ

ନିଜେ ବଞ୍ଚି ରହି ଥିଲେ, ପରିବାର ପାଇଁ ବଳ          ତୁମ ଦାନରେ ଏ ଦେଶ ,ବଞ୍ଚି ରହିବ କେବଳ

ହେ କୃଷକ,ତୁମେ ଧନ୍ୟ, ଏ ଦେଶର ମେରୁଦଣ୍ଡ        

ଏ ଦେଶର ପ୍ରଗତିରେ ,ଅବଦାନ ବି ପ୍ରଚଣ୍ଡ       

କୃଷିପ୍ରଧାନ ଏ ଦେଶ ,ତୁମେ ତା'ର ଅନ୍ନ ଦାତା  

 ଅନ୍ନ ଦାତା କୃଷକ ହିଁ, ଭାରତ ଭାଗ୍ୟ ବିଧାତା  


ସବୁଜ ଓଢ଼ଣୀ ତଳୁ ,ଧରଣୀ ରାଣୀ ହସୁଛି

ମୁରୁକି ମୁରୁକି ନୁହଁ, ଖିଲି ଖିଲି ହସୁ ଅଛି

ଧରଣୀ ହସୁଛି ଦେଖି ,ଚଷା ହସୁଛି ଖୁସିରେ 

ଚାଷୀ ଘର ପରିବାର ,ଖୁସି କହିଲେ ନ ସରେ

କ୍ଷେତ ହସି ଉଠେ ଯେବେ, ଚାଷୀର ଓଠରେ ହସ

ଏଠି ,ସେଠି ଓ ସବୁଠି - ଦେଶ ସାରା ଭରେ ହସ  

ଆସ ହସ ଦେଖି ଯିବା,ସେଇ ସବୁଜ କ୍ଷେତରେ

ସୁନେଲି ଧାନ ସହିତ,ହସ ଚାଷୀ ର ଓଠରେ



Rate this content
Log in

Similar oriya poem from Abstract