STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

ବଡ଼ ଓଷା

ବଡ଼ ଓଷା

1 min
382


କାର୍ତ୍ତିକ ମାସରେ ବଡ଼ ଓଷା ଆଜି

ଧବଳେଶ୍ବର ପୂଜନ

ଶିବାଳୟ ସବୁ ସଜ୍ଜିତ ହୋଇଛି

ଗୁଞ୍ଜୁଛି ଶିବ ଭଜନ।


ଭକ୍ତଙ୍କର ମେଳି ଲାଗିଛି ମନ୍ଦିରେ

ଭକ୍ତଙ୍କର ସମାଗମ

ନମଃ ଶିବାୟର ମନ୍ତ୍ର ଗୁଞ୍ଜୁ ଅଛି

ଅକର୍ମାଦାନୀଙ୍କ ନାମ।


ନିର୍ଜଳା ରୁହନ୍ତି ଗୃହର ଗୃହଣୀ

ରାତିରେ ତାଙ୍କ ପୂଜନ

ନୈବେଦ୍ୟ ଦେଇଣ ଜାଗର ଜାଣନ୍ତି

ଧବଳେଶ୍ବର ପୂଜନ।


ଭକ୍ତ ମନବାଞ୍ଚା ପୂରଣ କରନ୍ତି

କରନ୍ତି ପୂରଣ ଦେବ

ଧବଳେଶ୍ବର ହିଁ ନାମ ଗୁଞ୍ଜୁ ଥାଏ

ଭକ୍ତଙ୍କରେ ଭକ୍ତି ଭାବ।


କାର୍ତ୍ତିକ ମାସରେ ଶିବ ଆରାଧନା

ଧବଳେଶ୍ବରଙ୍କ ନାମେ

ଭକ୍ତିର ପୂଜନ ଭକ୍ତିର ପାର୍ବଣ

ଅକର୍ମାଦାନୀଙ୍କ ନାମେ।


ଆମିଷ ବର୍ଜନ କାର୍ତ୍ତିକ ମାସରେ

ହବିଷ ଭୋଜନେ ପୂର୍ଣ୍ଣ

ଶିବ ଆରାଧନା କରେ ଏ ମାସରେ

ପାଏଟି ଅଶେଷ ପୂର୍ଣ୍ଣ।


ଭକ୍ତିଭାବେ କରେ ଶିବ ଆରାଧନା

କାର୍ତ୍ତିକ ମାସରେ ଯେହୁ

ନଜର ପଡ଼ିବ ଅକର୍ମାଦାନୀଙ୍କ

ପୂର୍ଣ୍ଣ ମନବାଞ୍ଚା ସବୁ।


ପବିତ୍ର ମନରେ କରିଲେ ପୂଜନ

ଧବଳେଶ୍ବର ବାବାଙ୍କୁ

ହୃଦୟର ଇଚ୍ଛା ପୂରଣ କରନ୍ତି

ବଡ଼ ଓଷାରେ ହିଁ ତାଙ୍କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama