Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Action Others

3  

ବି. ନିରୁପମା

Drama Action Others

ସପନଟି ମିଠା ମିଠା

ସପନଟି ମିଠା ମିଠା

1 min
386



ସଞ୍ଜ ନଇଁଗଲା, ଆକାଶରେ ଏବେ

ତାରାଫୁଲ ଶହଶହ,

ମରତବାସୀଙ୍କୁ ଚାହିଁ ହସୁଛନ୍ତି

ଆଖିଠାରି ଅହରହ ।


କହୁଛନ୍ତି ସିଏ ଆମରି ରାଇଜେ

ସପନଟି ମିଠାମିଠା,

ସାତ ରଙ୍ଗେ ପୂରା ରଙ୍ଗାୟିତ ହୋଇ

ମାଖିଛନ୍ତି ଛିଟାଛିଟା ।


ସୀମାହୀନ ଏଇ ସାରା ଆକାଶଟା 

ସବୁ ଦିଶେ ନେଳିନେଳି,

ଭଷା ବଉଦଟି ତାଆରି ବୁକୁରେ

ଆସେ ଯାଏ ଖେଳିଖେଳି ।


କେବେକେବେ ଆମ ଭିତରେ ବି ହୁଏ

ଲୁଚକାଳି ଥରେଥରେ,

ମରତବାସୀଏ ଦେଖିପାର ନାହିଁ

ଛପିଥାଉ ଘରେ ଘରେ ।


କାହା ମନେ ନାହିଁ ଈର୍ଷା, ଅହମିକା

କାଚପରି ଚକଚକ,

ସେଥିପାଇଁ ଜମା ଚିନ୍ତାକରି କେହି

ହୁଅନ୍ତିନି ଦକଦକ ।


ସବୁକିଛି ଏଠି କୁହୁକ ପରିକା

ମନସବୁ ହସହସ,

ଆସିଲେ ଜାଣିବ ଆଉ ଯେତେ କଥା

ମନ ଜାନେ ବସବସ ।


କଳପନା କର ତୁମ ରାଇଜରେ 

ଏଇସୁଖ ଧୀରେଧୀରେ ,

ଖେଳାଇ ପାରୁଛ, ହସିଉଠି ଧରା

ଆଶିଷୁଛି ଶିରେଶିରେ ।




Rate this content
Log in

Similar oriya poem from Drama