Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Kumar Behera

Drama

3  

Pradipta Kumar Behera

Drama

ଶିବ ଜଣାଣ

ଶିବ ଜଣାଣ

1 min
338


ଆଜି ସୋମବାର ମନରେ ମୋହର

  ଦାନା ବାନ୍ଧେ ଶବ୍ଦ ପୁଞ୍ଜ

ଶିବଙ୍କ ଜଣାଣ ଲେଖିବି ଭାବୁଛି

  କଣ୍ଠେ ବିଜେ ହୁଅ ତାତ ।


ଆହେ ପଶୁପତି ହେ ପାର୍ବତୀପତି

  ଘେନାକର ମୋ ମିନତୀ

ସଂହାର କରତା ହେ ପରମ ପିତା

  ତୁମେ ଅଟ ମହାଜତି ।


ତୁମ୍ଭେ ଆଶୁତୋଷ ପୁଣି ଜଟି କେଶ

  ଫେଡ଼ନ୍ତୁ ମୋହର କ୍ଲେଶ

ତାଣ୍ଡବ ନୃତ୍ୟରେ ରଚାଇ ମହୀରେ

  ଧରାକୁ କର ଉଶ୍ୱାସ ।


ଆହେ ପଞ୍ଚାନନ ବୃଷଭ ବାହନ

  ଅର୍ଘ୍ୟଥାଳ ଘେନା କର

ପ୍ରଭୁ ଯୋଗେଶ୍ୱର ଆହେ ବିଶ୍ୱେଶ୍ୱର

  ସୁଦୟା ମୋଠାରେ କର ।


ଚନ୍ଦର ଶେଖର ପୁଣି ଗଙ୍ଗାଧର

  ପ୍ରଭୁ ହେ ଶଶୀଶେଖର

ଶଶାଙ୍କ ଶେଖର ହିମାଂଶୁ ଶେଖର

  ଭବଜଳୁ ପାରିକର ।


କୈଳାଶ ନିବାସୀ ଆହେ ଉମାପତି

  ପ୍ରଭୁ ପିନାକୀ ଧୃଜଟୀ

ଧ୍ୟାୟୀ ମୁଁ ଚରଣ ପଶୁଛି ଶରଣ

  ତୁମେ ମୋର ଗତି ମୁକ୍ତି ।


ତୁମ୍ଭ ରଚା ଚରା- ଚର ଏଇ ଧରା

  ମହାମାରୀ କବଳିତ

ନୀଳକଣ୍ଠେଶ୍ଵର ନାମ ସାର୍ଥ କର

  ଲୋକପାଳ ଲୋକନାଥ ।



Rate this content
Log in

Similar oriya poem from Drama