STORYMIRROR

shmitaa mohanty

Tragedy

3  

shmitaa mohanty

Tragedy

ଅତୀତ

ଅତୀତ

1 min
244

ବେଳେ ବେଳେ ମନ ଭାରାକ୍ରାନ୍ତ ହୁଏ

ପ୍ରଶ୍ନବାଚୀର ଜାଲ ଭିତରେ ଛନ୍ଦି ହୋଇ

ଅଣନିଶ୍ବାସୀ ହୋଇଯାଏ,

ଠିକ ଗୋଟେ ଅବଳା ନାରୀ ପରି,

ଛଟପଟ ହୁଏ, ଟିକେ ଶାନ୍ତି ପାଇଁ,

ତଥାପି....

ଖୁସି ହୁଏ, ମନେ ମନେ ଗୁଣି ହୁଏ,

କିଛି ମୁହୂର୍ତ୍ତ, ଯାହା ସେ କଟାଇଥାଏ

ମୁକ୍ତ ଆକାଶର ବିହଙ୍ଗ ପରି,

ନବ ବିବାହିତା ବଧୂ ପରି,

ଅଝଟିଆ ପ୍ରେମିକର ଅଲିଅଳି ପ୍ରେମିକା ପରି

"ଅତୀତ" କାହାକୁ ଆଣି ଦିଏ,ପୌଷ ର ସୁଖ

କାହାକୁ ଭେଟିଦିଏ ଫଗୁଣ ର ଫଗୁ

କାହାପାଇଁ ସାଜି ଥାଏ, ଶ୍ରାବଣର ବର୍ଷା

କାହାପାଇଁ ହୋଇ ଯାଏ ଗ୍ରୀଷ୍ମ ରେ ଜର୍ଜରିତ

ଅତୃପ୍ତ ହୃଦୟର ଅସରନ୍ତି ଅଲୋଡ଼ା ତୃଷ୍ଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy