STORYMIRROR

Binod nag

Children Stories Inspirational

3  

Binod nag

Children Stories Inspirational

ବନ୍ଧୁ ବିରହ

ବନ୍ଧୁ ବିରହ

1 min
218

ବସିଛି ଆଜି ମୁଁ ଏକା ଏକା ଏଠି ହାତରେ ବାଲି ଘର

           ଭାବୁଛି ଏଠି ଭାବନାର ସୂରେ ସବେ ଯେ ଲାଗୁଛନ୍ତି ଦୂର


ବନ୍ଧୁତ୍ୱର ପ୍ରେମ ବିରହ ବେଦନା କରୁଛି ହୃଦୟ ଚିର

        ଲାଗୁଛି ମୁଁ ଏକା ରହିଗଲି ସଖା କେହିନୁହେ କାହାର


ଅଛି ଏଠି ବନ୍ଧୁ  ଲୋକଙ୍କର ଭିଡ ହେଲେ ବି ଲାଗୁଛି ଏକା 

        ଦେହେ ଲାଗି ଥିଲେ ଯେତେ ରଙ୍ଗ ବନ୍ଧୁ ଲାଗୁଛି ଆଜି ଫିକା


ମନେ ପଡୁଛି ସେ ରାତିଅଧରେ ହେଉଥିଲା ଯେ କେତେ କଥା

        ଥିଲା ଦିନ ବନ୍ଧୁ କଥା ହେବା ପାଇଁ ଦୁଖି ଯାଉ ଥିଲା ମଥା


 ମନେ ପଡୁଛି ଏବେ ମିଲୁ ଥିଲା ଯେବେ ହୋଇ ଯେ ସମସ୍ତେ ଏକା

        କାହିଁ ଗଲାସେ ଦିନ ମିଳୁ ନାହିଁ ମନ ହେଉ ନାହିଁ କିମ୍ପାଇ ଦେଖା


କହି କି ପାରିବ ବନ୍ଧୁ ତୁମେ ମୋତେ କାହିଁକି ହେଲେ ଯେ ଆମେ ଅଲଗା

        କୁହ ତମେ ବନ୍ଧୁ ଉତ୍ତର ଯେ ମୋର ବନ୍ଧୁତ୍ୱ ଭିତରେ କେମିତି ହେଲା କୋଳାହଳ 


ଦିନ ଥିଲା ବନ୍ଧୁ ମନେ କର ତୁମେ କରୁଥିଲ ଯେ କେତେ କଳ

         କଣ ହେଲା ଆଜି ଦିଶୁନି ଯେ ତୁମ ବନ୍ଧୁତ୍ୱର ସେ ମୂଳ

ମନେ କର ତୁମେ ମନେ କର ବନ୍ଧୁ ମୋ ବନ୍ଧୁତ୍ୱ ଫୁଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍