STORYMIRROR

Kalpana Satpathy

Classics Fantasy Children

3  

Kalpana Satpathy

Classics Fantasy Children

ପୁରୁଣା ପୃଷ୍ଠା

ପୁରୁଣା ପୃଷ୍ଠା

1 min
127

ପୁରୁଣା ପୃଷ୍ଠା କୁ ଓଲଟାଇଲେ 

ମନେ ପଡେ ସବୁ ଅତୀତର ସ୍ମୃତି

ହଜି ଯାଇଥିବା ଦିନର ବଛା ବଛା ସ୍ବପ୍ନ

କାହିଁ ଚାଲିଗଲା ସେହି ପିଲାଦିନ କଥା

ବାପା ବୋଉଙ୍କର ମିଠା ସ୍ବାଦର ସ୍ବର

ହୃଦୟ କୁ ବିଦୀର୍ଣ୍ଣ କରିଦିଏ

କାହିଁ ଚାଲିଗଲା ସବୁ ସୁଃଖ ର ସମୟ

ମୁକ୍ତ ବିହଙ୍ଗ ପରି ଉଡିବୁଲି

ନିର୍ବିଘ୍ନରେ କଟୁଥିଲା ସମୟ

ଆଜି ବେଡି ପଡ଼ିଯାଇଛି ଠିକ୍ କଏଦୀ ପରି,

ବୁଢୀଆଣୀ ଜାଲର ଅଡ଼ୁଆ ସୂତା

ଖିଅରେ ଆଜି ବାନ୍ଧି ହୋଇ ଯାଇଛି

ସର୍ବାଙ୍ଗ ଶରୀର, ଆଉ ନାହିଁ ସେହି

ସ୍ନେହ ଶ୍ରଦ୍ଧା ଭଲ ପାଇବାର ଆକର୍ଷଣ,

ଗାଁ ଆଉ ସହର ସବୁ ଏକାକାର

ଭିନ୍ନ ସ୍ବାଦର ଅନୁଭବ ଅନୁଭୁତି

ପୁରୁଣା ପୃଷ୍ଠା ର ରୋମନ୍ଥନରେ

ମିଳେ ଆତ୍ମତୃପ୍ତି, ଆତ୍ମଶୁଦ୍ଧି ସୁନିର୍ମଳ

ମନ ତଳେ ଉଙ୍କିମାରେ କେତେ ଯେ

ଭାବନା ଯାହା ମନରେ ସୃଷ୍ଟି କରେ

ଯନ୍ତ୍ରଣା ର ବ୍ୟଥା, ଅବସାଦ ଲାଗେ

ଖୋଜିବାକୁ ବାରମ୍ବାର ଇଛା ଥିଲେ ବି

ଆପେ ଆପେ ଭୁଲିଯିବାକୁ ହୁଏ

ସେହି ସବୁ ଅଭୁଲା ଅତୀତ ର କଥାକୁ

ଯାହା ପ୍ରତିମୁହୂର୍ତ୍ତ ରେ ହିଁ

ଆନ୍ଦୋଳିତ କରେ ହୃଦୟ ର କାନ୍ଥରେ

ଅଙ୍କିତ କରି ସବୁ ଦୁଃଖ ସୁଖକୁ

ଆପଣେଇ ନେଇ ଜୀବନର ପଥରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics