STORYMIRROR

Keshab Chandra Dash

Classics Fantasy Children

3  

Keshab Chandra Dash

Classics Fantasy Children

ଚିପିଲିମା ଧନୁଯାତ୍ରା

ଚିପିଲିମା ଧନୁଯାତ୍ରା

1 min
179

ଗୋପପୁର ଆଜି ସଜେଇ ହେଲାଣି 

   ପ୍ରଭୁ ଜନ୍ମ ନେବେଟି ଏ ଧରାଧାମେ

ଯେତେ ପାପିତାପୀ ସବୁ ତରିଯିବେ

       ଜପି ତାଙ୍କ ଶୁଭନାମେ।


ମଥୁରାପୁରର କାରାଗାରୁ ଜନ୍ମ

     ଗୋପପୁରେ ତାଙ୍କ ବାଲ୍ୟଲୀଳା

ଗୋପୀ ଗୋପାଳ ସଙ୍ଗେ ଗୋଧନ ଚରାଇ

  କରିବେଟି ତାଙ୍କ ଲୀଳାଖେଳା।


ମଥୁରାରୁ ପୁତନା ଗୋପପୁର ଯେ ଆସିବ

     ନେଇ କାଳକୁଟ ବିଷ

ନବଜାତ ଶିଶୁଙ୍କ ନରହନ୍ତାକୁ ଯେ ମାରି

    ପ୍ରଭୁ ଉଡାଇବେ ତାଙ୍କ ଯଶ।


କଂସର ପ୍ରେରିତ ଅଷ୍ଟମଲ୍ଲକୁ ବଧିବେ 

   ଟେକିବେ ସେ ଗିରି ଗୋବର୍ଦ୍ଧନ ।

ଇନ୍ଦ୍ରଙ୍କ କୋପରୁ ରକ୍ଷା କରି ପ୍ରଭୁ

    ଉଦ୍ଧରିବେ ଗୋପ ଜନମନ।


କାଳୀୟଦଳନ , ବସ୍ତ୍ରହରଣ ସାଙ୍ଗକୁ

     ହେବ    ମାଧବଙ୍କ ନାବକେଳି

ଲୁଚିଛପି ଗୋପୀଙ୍କ ଦହି ମାଠିଆ ଭାଙ୍ଗିବେ

   ଗୋପାଳବାଳକ ସଙ୍ଗେ କରି ମେଳି।


ଏହିରୂପେ ପ୍ରଭୁଙ୍କ ଗୋପଲୀଳା ସମ୍ପୂର୍ଣ୍ଣ ଯେ ହେବ

     ଅକ୍ରୁର ଆସିବେ ଗୋପପୁର

ଧନୁଯାତ୍ରା ପାଇଁ କୃଷ୍ଣ ବଳରାମ ଯିବେ

    ନିମନ୍ତ୍ରଣ କରିବେ ମାମୁଁ କଂସାଶୁର।


କୃଷ୍ଣଙ୍କ ହାତରୁ କଂସର ନିଧନ ଯେ ହେବ

    ପୁଣି ହେବେ ଉଗ୍ରସେନ ରାଜା

ଅନ୍ୟାୟ, ଅତ୍ୟାଚାର ଯୁଗ ଅନ୍ତ ହେବ

    ସୁଖେ ରହିବେ ଯେ ମଥୁରା ପ୍ରଜା।


ଏହିରୂପେ ପ୍ରଭୁ ଲୀଳା କରୁଥାଅ

     ଧର୍ମ ସଂସ୍ଥାପନ କର ଦୁଷ୍ଟକୁ ନିବାରି

ତୁମରି ପ୍ରସାଦେ ସାରା ଜଗତ ସୁଖୀ ହେଉ

       ସୁଖେ ଦିନ ଯାଉ ସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics