STORYMIRROR

Pratima Satpathy

Fantasy

3  

Pratima Satpathy

Fantasy

ପ୍ରଦୁଷିତ ଜଳ

ପ୍ରଦୁଷିତ ଜଳ

1 min
189


ଜଳ ହିଁ ଜୀବନ ଜଳ ହିଁ ଅମୃତ

    ଜଳ ବିନା ନାହିଁ ଗତି

ସେହି ଜଳ ଯଦି ପ୍ରଦୂଷିତ ହୁଏ

    ପଡ଼ଇ ଘୋର ବିପତ୍ତି।

ଜଳ ବିହୁନରେ ସୃଷ୍ଟି ନାଶ ପୁଣି

    ବହୁଳରେ ସୃଷ୍ଟି ନାଶ

ପ୍ରଦୂଷିତ ଜଳ ବ୍ୟବହାର କଲେ

    ଡାକ୍ତରଖାନା ରେ ବାସ।

ପ୍ରଥମରେ ଲୋକ ନଦୀ, କୂପ ଜଳ

    ବ୍ୟବହାର କରୁଥିଲେ

ପବିତ୍ର ଜଳ ସେ ଥିଲା ସେତେବେଳେ

    ଏବେ ରୋଗ ସେହି ଜଳେ।

କଳ କାରଖାନାର ବର୍ଜ୍ୟ ବସ୍ତୁକୁ

     ଛାଡ଼ିଲେ ନଦୀ ଜଳରେ

ବିଷାକ୍ତ ପଦାର୍ଥ ଭରି ରହିଅଛି

    ମିଶିଲା ଯାଇଁ ଜଳରେ।

କଳ କାରଖାନା ବିଷାକ୍ତ ଧୂଆଁ ରେ 

     ବିଭିନ୍ନ ପ୍ରକାର ରୋଗ

ମାଡ଼ି ଆସୁଅଛି ଜନ ସମାଜରେ

   କିପରି ହେବେ ଆରୋଗ୍ୟ।

ଭିନ୍ନ ଭିନ୍ନ, ପୂଜାରେ ନିର୍ମିତ ମୂର୍ତ୍ତୀ

    ମାଟିରେ ତିଆରି ହୁଏ

ଜଳରେ ବିସର୍ଜନ କରିଲେ ଜଳ 

    ପ୍ରଦୂଷିତ ହୋଇଯାଏ।

ଏବେ ସରକାର ଗୋଟିଏ ଯାଗାରେ

    ପୁଷ୍କରିଣୀ କରିଛନ୍ତି

ସେହିଠାରେ ବଜାରର ଯେତେ ମୂର୍ତ୍ତୀ

    ବିସର୍ଜନ ହେଉଛନ୍ତି।

ସବୁ ଲୋକ ମାନେ ସଚେତନ ହେଲେ

    ଜଳ ରହିବ ନିର୍ମଳ

ପ୍ରଦୂଷଣ କମିଗଲେ ପୃଥିବୀରେ 

    ରହିବା ସୁସ୍ଥ ସବଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy