STORYMIRROR

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ଅର୍ଦ୍ଧସ୍ପଷ୍ଟ ସ୍ୱପ୍ନ

ଅର୍ଦ୍ଧସ୍ପଷ୍ଟ ସ୍ୱପ୍ନ

1 min
11


 

ଯେତେକ ଯନ୍ତ୍ରଣାକୁ

କଜଳ କରି ଆଖିରେ ନାଇଲା ପରେ

କଲିଜା ଫାଡୁଥିବା ମୁହୂର୍ତ୍ତମାନେ

ସାଙ୍ଗ ହେଇ ଉଠବସ ହୁଅନ୍ତି ।


ନିଜର ସ୍ଥାନ ଅଧିକାର କରି

ନିର୍ଲଜଙ୍କ ପରି ଅଣ୍ଡାଳି ଚାଲନ୍ତି

ମୁଠା ମୁଠା ଦରଦକୁ ଉପହାର ଦେବାକୁ,

ସମୟ ସାଥିରେ ବନ୍ଧା ଭାଗ୍ୟ ଓ ଭାବନା

କିଏ କେତେବେଳେ ବଦଳି ଯାଏ

ଖୋଜୁଥିବା ହୃଦୟ ଜାଣି ପାରେନା ।


ସ୍ବପ୍ନ ମଉଳି ପଡେ ପ୍ରେମ ବଗିଚାରୁ,

କୁହୁଡି ହେଇ ଆଖିରେ ପହଁରେ

ଦେଖିଥିବା ଅଝଟିଆ ସ୍ବପ୍ନ,

କେବେ ହସାଏ, କନ୍ଦାଏ ଆଉ କେବେ

ଶିଖାଏ ବଞ୍ଚିବାକୁ ଜୀବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract