ଅର୍ଦ୍ଧସ୍ପଷ୍ଟ ସ୍ୱପ୍ନ
ଅର୍ଦ୍ଧସ୍ପଷ୍ଟ ସ୍ୱପ୍ନ
ଯେତେକ ଯନ୍ତ୍ରଣାକୁ
କଜଳ କରି ଆଖିରେ ନାଇଲା ପରେ
କଲିଜା ଫାଡୁଥିବା ମୁହୂର୍ତ୍ତମାନେ
ସାଙ୍ଗ ହେଇ ଉଠବସ ହୁଅନ୍ତି ।
ନିଜର ସ୍ଥାନ ଅଧିକାର କରି
ନିର୍ଲଜଙ୍କ ପରି ଅଣ୍ଡାଳି ଚାଲନ୍ତି
ମୁଠା ମୁଠା ଦରଦକୁ ଉପହାର ଦେବାକୁ,
ସମୟ ସାଥିରେ ବନ୍ଧା ଭାଗ୍ୟ ଓ ଭାବନା
କିଏ କେତେବେଳେ ବଦଳି ଯାଏ
ଖୋଜୁଥିବା ହୃଦୟ ଜାଣି ପାରେନା ।
ସ୍ବପ୍ନ ମଉଳି ପଡେ ପ୍ରେମ ବଗିଚାରୁ,
କୁହୁଡି ହେଇ ଆଖିରେ ପହଁରେ
ଦେଖିଥିବା ଅଝଟିଆ ସ୍ବପ୍ନ,
କେବେ ହସାଏ, କନ୍ଦାଏ ଆଉ କେବେ
ଶିଖାଏ ବଞ୍ଚିବାକୁ ଜୀବନ ।।
