STORYMIRROR

Prahallad Sahoo

Abstract Classics Fantasy

3  

Prahallad Sahoo

Abstract Classics Fantasy

ଫୁଲ ସବାରୀରେ ଶୀତ

ଫୁଲ ସବାରୀରେ ଶୀତ

1 min
29


ଶୀତ ଆସିଛି 

ଫୁଲ ସବାରୀରେ ଫୁଲେଇ ହୋଇ 

ଧରଣୀର ବୁକୁ ଛୁଇଁ ଛୁଇଁ

ପାହାଡ ପର୍ବତର ଗୁମ୍ଫା ଭିତରେ,

ମୋହ ମୁଗ୍ଧ ଶାନ୍ତ ସ୍ନିଗ୍ଧ ସନ୍ଧ୍ୟାର 

ଉଲ୍ଲସିତ କୁଞ୍ଜ ବନ ସହକାରେ,

ଘର ବାହୁଡା ପକ୍ଷୀଙ୍କ କାକଳୀରେ ଅବା

ଜଙ୍ଗଲର ନିଘଞ୍ଚ ତରୁ ଲତା ଗହଳରେ,

ମଧୁ ମାଳତୀର ସର୍ପିଳ ଅବୟବରେ ତ 

ଚମ୍ପା ଚାମେଲିର ମହ ମହ ବାସ୍ନାରେ ।


ଶୀତ ଆସିଛି

ନଦୀ ପଠା ସରୁ ବାଲିରେ

କାକର ପଖଳା କାଶତଣ୍ଡିର ଲହରରେ 

ସ୍ରୋତସ୍ବନୀର କଳକଳ ଜଳ ଧାରରେ

ନାଲି ଓଢଣୀ ଢଙ୍କା ସାଧବାଣୀର ଚାଲିରେ

ସଦ୍ଯସ୍ନାତା ମାଛରଙ୍କାର ଚଞ୍ଚୁରେ 

ସକାଳର ଅଧା ଉଷୁମ ସୂରୁଯ କିରଣରେ 

ମୁନି ଋଷିଗଣଙ୍କ ପ୍ରଭାତୀ ଜଳ ଅର୍ପଣରେ ।


ଶୀତ ଆସିଛି

ହେମନ୍ତର ମତୁଆଲି ବାଆରେ

କାର୍ତ୍ତିକ, ମଗୁଶୀରର ମହୁଲିଆ ଥଣ୍ଡାରେ

ପୌଷ, ମାଘର ବୁକୁଥରା ଜାଡରେ

ଟପ୍ ଟପ୍ ଶିଶିର ବିନ୍ଦୁର ଝଙ୍କାରରେ 

ଶୀତୁଆ ତରଣୀର ନାନାବାୟା ସ୍ବର ଲହରୀରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract