STORYMIRROR

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ସାଇତିଛି ଧୂସର କିଛି ଇଚ୍ଛା

ସାଇତିଛି ଧୂସର କିଛି ଇଚ୍ଛା

1 min
7


 

କେହି ଆସି ଆପଣାର ହେଲା ପରେ

ତାକୁ ଭୁଲେଇବା ଅଷ୍ଟମ ଆଶ୍ଚର୍ଯ୍ୟ ଅନୁଭବ ହୁଏ,

କିଏ ବୁଝେ ଦୂରେଇ ନ ଯାଇ ପାଖେଇ ଆସେ

ଆଉ କିଏ ଯନ୍ତ୍ରଣାର ଉପହାର ଦେଇ ବହୁଦୂର ଚାଲିଯାଏ ।


ପ୍ରତିଟି ଜୀବନରେ କେହି ଜଣେ ଆସେ

ଆସି ଅନେକ କିଛି କହେ

କେବେ ଓଠରେ, କେବେ ଆଖିରେ

ଆଉ କେବେ ମିଠା ମିଠା ଛୁଆଁରେ

କେବେ ଫାଜଲାମିରେ, ନସେଲି ଚାହାଣୀରେ

କେବେ ରାଗରେ, ଅଭିମାନରେ ।


ଜୀବନରେ ମୋର କେହିଜଣେ ଆସିଛି

କହିବାକୁ ସାଇତିଛି କିଛି ଧୂସର ଇଚ୍ଛା

ଆଶା ବି ରଖିଛି ବୁଝିବ ମୋ ପ୍ରେମର ପରିଭାଷା ।


Rate this content
Log in

Similar oriya poem from Abstract