Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Singh

Classics Fantasy Others

3  

Gayatri Singh

Classics Fantasy Others

ନୁଆବର୍ଷ

ନୁଆବର୍ଷ

1 min
155


ସବୁଥର ପରି ଏଥର ବି ନୂଆବର୍ଷ ଆସୁଛି,

ଏମିତି କେତେ ନୂଆବର୍ଷ ଆସିଛି

ସକାଳର ସଜ ସୁନେଲି କିରଣରେ

ଏମିତି କେତେ ବିଦାୟୀ ନେଇଛନ୍ତି

ଗୋଧୂଳି ର ଅସ୍ତବେଳା ରେ ।

ଏମିତି ଯିବା ଆସିବା ଭିତରେ

କେତେ ଘଟଣା ଦୁର୍ଘଟଣା ବାଦ଼ ବିବାଦ ର 

ସ୍ତୁପ ସୃଷ୍ଟି ହୋଇଛି ।

କେଉଁଠି ମାନବିକତା ହଜିଯାଇଛି

ବିବେକ ସତ୍ତା ହରାଇଛି

ଗଣତନ୍ତ୍ର ବିପର୍ଯ୍ୟସ୍ତ ହୋଇଛି । 

ଭାଗ୍ୟ ଦୁର୍ଭାଗ୍ୟ ର ବିଡମ୍ବନା ଭିତରେ

ମଣିଷ ଅନାନିଶ୍ୱାସୀ ହୋଇ ହାରିଯାଇନି

ବରଂ ଧାଇଁଛି ତାର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ

କେବେ ହାରିନଯିବାର ପ୍ରତିଶ୍ରୁତି

ତାକୁ ବାରମ୍ବାର ଚେତେଇ ଦେଉଛି

ନୂଆ ପୁରୁଣା ର ଲୁଚକାଳି ଖେଳରେ

ସେ ଜଣେ ଅଭ୍ୟସ୍ତ ପୁରୁଣା ଖେଳାଳି ।



Rate this content
Log in

Similar oriya poem from Classics