STORYMIRROR

Kartik chandra panda

Fantasy

3  

Kartik chandra panda

Fantasy

ଅଭିମାନିନୀ ଶୀତ ରାଣୀ

ଅଭିମାନିନୀ ଶୀତ ରାଣୀ

1 min
54


ଆଗୋ ଶୀତ ରାଣୀ ଆସିଛ ଧରଣୀ

   ଅଭିଶାରିକା ବେଶରେ

ବଡ଼ ଅଭିମାନୀ ଛପି ଛପି ଆସି

    ଖୁସି ଭରିଛ ମନରେ 

ହିମ ଶିଶିର ର ପରଶ ରେ ତୃଣ

    ଝଟକେ ହୀରକ ସମ

ତୁମ ଆଗମନେ କୁହୁଡି ର ଘେରା

    ଦିନ ଲାଗେ ରାତି ତମ

ସୁଲୁ ସୁଲୁ ବାଆ ବହି ଆସେ ଯେବେ

    କାଲୁଆ ହୁଅଇ ତନୁ

ବାହାରକୁ ଯିବା ଭାରି କଷ୍ଟ ଲାଗେ

    ଶୀତ ବସ୍ତ୍ର ଆବରଣୁ

ଦିବସେ ସୁରୁଜ ତେଜ ହୀନ ଲାଗେ

    ନିଆଁ ଲାଗେ ତାପ ଶୂନ୍ୟ

 ପାଣି ଲାଗେ ସତେ ବରଫ ଖଣ୍ଡ କି

    ସ୍ନାନରେ ଲାଗେନା ମନ

 ଶୀତ ରାଣୀ ତୁମେ ଆସିଛ ବୋଲିକି

    ଭ୍ରମଣ ରେ ଇଚ୍ଛା ହୁଏ

 ବଣଭୋଜି କରି ସାଙ୍ଗ ସାଥୀ ମେଳେ

    ପ୍ରଫୁଲ୍ଲିତ ଚିତ୍ତ ରହେ

 ଅଭିମାନିନୀ ଗୋ ତୁମ ଆଗମନେ

    କୃଷକ ମନରେ ଖୁସି

 ବରଷ ଯାକର ମେହେନତ କରି

    ଅମଳ ହୋଇଲା ଆସି

ତୁମରି ଆଗମେ ସୋରିଷ ଫୁଲର

    ପିତ ବସନେ ଧରଣୀ

 ସ୍ୱାଗତ କରୁଛି ଆସ ଶୀତ ରାଣୀ

    ଆସ ଗୋ ଅଭିମାନିନୀ

 ଖରା ତାତି ଗଲା ବରଷା ବି ଗଲା

    ତୁମ ଆଗମନ ହେଲା

 ଶୀତଳତା ଭରି ଦେଇଛ ଶରୀରେ

    ଶୀତ ବସ୍ତ୍ର ଲୋଡ଼ା ହେଲା

 କାହା ପାଇଁ ତୁମେ ସୁଖ ପ୍ରଦାୟିନୀ

    କାହାକୁ ଦୁଃଖ ଦାୟିନୀ

 ତଥାପି ତୁମକୁ ଖୋଜନ୍ତି ସକଳେ

    ଆସଗୋ ଅଭିମାନିନୀ ।


     

     

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy