STORYMIRROR

Sitansu Jena

Tragedy Classics Fantasy

3  

Sitansu Jena

Tragedy Classics Fantasy

ବିଦାୟ ସାଥୀ

ବିଦାୟ ସାଥୀ

1 min
193


ଦିନ ପରେ ରାତି ରାତି ପରେ ଦିନ

ଏତ ବିଧିର ବିଧାନ 

କେତେ ଦିନର ଏ ମିଳନ ବିଚ୍ଛେଦ

ଦେଇଛନ୍ତି ଭଗବାନ

ଆସିଥିଲ ଦିନେ ମୃଦୁ ପଦ ପାତେ

କରିଥିଲି ଆବାହନ

ଦିନ ପରେ ରାତି ରାତି ପରେ ଦିନ

ଏତ ବିଧିର ବିଧାନ ।


କେତେ ସମ୍ଭାବନା ନବ ଉନ୍ମାଦନା

ତୁମ ଆଗମନେ ଥିଲା

ଯାହା ଘଟିଗଲା ଜୀବନେ ଆମର

ଇତିହାସେ ଲେଖା ହେଲା

ଶୁଖ ଦୁଃଖ ଖୁସି ବେଦନା ଆଭାଶି

ଯାହା ଥିଲା ତୁମ ମନ

ଦିନ ପରେ ରାତି ରାତି ପରେ ଦିନ

ଏତ ବିଧିର ବିଧାନ ।


ସରିଗଲା ଏବେ ପରମାୟୁ ତୁମ

ଶେଷ ଯାତ୍ରା କରିବାକୁ

ବେଦନା ବିଭୋର ଏଇ ଦେଖା ଆମ

ରହିବ କାଳ କାଳକୁ

ଦୁଃଖ ତ ଆସିବ ବିଦାୟ ବେଳାରେ

ନ କର ଗୋ ଅଭିମାନ

ଦିନ ପରେ ରାତି ରାତି ପରେ ଦିନ

ଏତ ବିଧିର ବିଧାନ ।


ଯାଅ ମୋ ବିଦାୟୀ କାନ୍ଦନା ତୁହାଇ

ଏତ ବିଧାତାର ଖେଳ

କେତେଦିନ ପାଇଁ ଆସିଛୁ ସୁମନ

ବୁଡିଗଲା ତୋର ବେଳ

ସ୍ମୃତି ଫରୁଆରେ ରଖିବି ସାଇତି

ବଞ୍ଚିଥିବି ଯେତେଦିନ

ଦିନ ପରେ ରାତି ରାତି ପରେ ଦିନ

ଏତ ବିଧିର ବିଧାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy