STORYMIRROR

Keshab Chandra Dash

Classics Fantasy Others

3  

Keshab Chandra Dash

Classics Fantasy Others

ଇଂରାଜୀ ନବବର୍ଷ୨୦୨୪

ଇଂରାଜୀ ନବବର୍ଷ୨୦୨୪

1 min
230

ଇଂରାଜୀ ପୁରୁଣା ବରଷ ୨୦୨୩ ଚାଲିଯେ ଯାଇଛି

ଆଉ ଆସିବନି ଫେରି,

କେତେ ହିସାବ ନିକାଶକୁ ସାଙ୍ଗରେ ନେଇ ସେ ଇତିହାସ ପାଲଟିଛି

ନିଜ ଅଭିନୟ ସାରି।


ଇଂରାଜୀ ନବବର୍ଷ ୨୦୨୪ ଆସି ଯେ ଯାଇଛି,

ତାର ଅଭିନୟ ପସରାକୁ ନେଇ,

ସ୍ଵାଗତ କରିଛି ଆଜିର ଦୁନିଆଁ

ନୂତନ ବର୍ଷକୁ

ତାଠାରୁ ଅନେକ କିଛି ଆଶା ନେଇ ।


ପାଶ୍ଚାତ୍ୟ ସଂସ୍କୃତି ଅନୁକରଣରେ

ମନୁଷ୍ୟ 

ନିଜ ସଂସ୍କୃତିକୁ ଭୁଲି ଯେ ଯାଇଛି,

ନିଜ ମାଆକୁ ଛାଡ଼ି ଦେଇ ଆଜି

ମାଉସୀକୁ ଭଲ ସେ ପାଇଛି ।


ନାଚଗୀତ,ଭୋଜିଭାତ ଆସରରେ ଦୁନିଆଁ

ନୂତନ ବର୍ଷର ଖୁସି ମନାଉଛି,

ହିନ୍ଦୁ ନବବର୍ଷ ପ୍ରତିଥର ନୀରବେ ଆସୁଛି,

ତାକୁ ବା ଆଜି କିଏ ପଚାରୁଛି ?


କେତେ ନୂଆଁ ଆଶା , ବିଶ୍ଵାସର ସମ୍ଭାବନାକୁ ନେଇ ଆସିଛି 

ହେଉ ପଛେ ଇଂରାଜୀ ନୂତନ ବରଷ,

ଏତିକି କାମନା ପ୍ରଭୁ ପାଦତଳେ

ସାରା ଜଗତ ସୁଖୀ ହେଉ

ସୁଖେ ଯାଉ ଦିନ ମାସ ।


ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics