STORYMIRROR

SUJATA DAS

Romance Fantasy

3  

SUJATA DAS

Romance Fantasy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
120


ତୁମେ ଗଲା ପରେ

 ଶବ୍ଦମାନେ ବୋଧେ

   ବିରହରେ ଜର୍ଜରିତ

ହୁଏତ ସେମାନେ

 ଠିକଣା ହଜାଇ

   ତୁମ ସାଥେ ନିରୁଦ୍ଧିଷ୍ଟ.।


ତୁମେ ଗଲା ପରେ

   ଫୁଲ ଫଗୁଣର

     ବାସନା ଯାଇଛି ହଜି

ଗାଉନି କୋଇଲି

   ମନ ବୈକୁଣ୍ଠରେ

     ଶୂନଶାନ ସବୁ ଆଜି.।



ତୁମେ ଗଲାପରେ

  ଆସୁନାହିଁ ଜହ୍ନ

    ମୋ ଘର ଗବାକ୍ଷ ଡେଇଁ

ତା ମିଠା ଜୋଛନା

   ଲାଗେନି ମଧୁର

     ପାରେନି ହୃଦୟ ଛୁଇଁ.।



ତୁମେ ଗଲାପରେ

   ଶ୍ରାବଣ ବର୍ଷାରେ

     ନାହିଁ ଆଉ ଶୀତଳତା

ଭିଜିବାର ଇଚ୍ଛା 

  ଗୋପନ ଅଭିପ୍ସା 

    ହଜିଛି ତା ନିବିଡ଼ତା.।



ତୁମେ ଗଲାପରେ

  ଦୁନିଆ ଭିଡରେ

    ନୀରବତା ଅସୁମାରୀ

ଶୂନ୍ୟତାର ବ୍ୟଥା

  ଜଳାଏ ହୃଦୟ

    ପତ୍ରଝଡା ବୃକ୍ଷ ପରି.।



ତୁମେ ଗଲା ପରେ

   ନିଶବ୍ଦ ରାତିରେ

     କାହା ବଂଶୀ ଗୀତ ଗାଏ

ବିରହ ରାଗିଣୀ

  ହୃଦ ଯାଏ ଛୁଇଁ

    ବ୍ୟାକୁଳତା ଭରିଦିଏ.।



ତୁମେ ଗଲା ପରେ

  ନିଦ ନିରୁଦ୍ଧିଷ୍ଟ

    ଆଖିର ଅଗଣା ଡେଇଁ 

ସ୍ବପ୍ନର ଠିକଣା

   ରାତି ବି ଜାଣେନା 

     ଯାଯାବର କାହାପାଇଁ.।


ତୁମେ ଗଲା ପରେ

   ଧୂଆଁ ଧୂଆଁ ଲାଗେ

     ସବୁଜ ହୃଦୟର କ୍ଷେତ 

ସପ୍ତ ରଙ୍ଗୀ ମନ

   ଫିକା ବାସହୀନ

      କାଳାନଳେ ଉପେକ୍ଷିତ.।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance