STORYMIRROR

Sitansu Jena

Fantasy Inspirational

3  

Sitansu Jena

Fantasy Inspirational

ଶୀତ ସକାଳ ର ପକ୍ଷୀ ଟିଏ ମୁଁ ଯେ

ଶୀତ ସକାଳ ର ପକ୍ଷୀ ଟିଏ ମୁଁ ଯେ

1 min
26


ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ

ଆସିଛି ଆନନ୍ଦେ ବୁଲି

ଚାରୁ ରୂପ କଳ୍ପ ଚିଲିକା ରାଣୀର

ପାରିବିନି କେବେ ଭୁଲି

ତାର ପ୍ରେମ ମାୟା କରିଛି ପାଗଳ

ବରଷକେ ଆସେ ଚାଲି

ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ 

ଆସିଛି ଆନନ୍ଦେ ବୁଲି।


ସତେ ନୀଳ ପରି ସୁବର୍ଣ୍ଣ ଲହରୀ

ନଳ ବନ ମନୋହର

ଋତୁ ଫୁଲ ଗନ୍ଧେ ମନ ମୋ ଉଚ୍ଚାଟେ

ତା ପରସ ଛୁଆଁ ମୋର

ପାଇଛି ମୁଁ ଭଲ ସାରାଗେ ତାହାର

ତରଙ୍ଗରେ ଖେଳି ହଲି

ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ

ଆସିଛି ଆନନ୍ଦେ ବୁଲି।


କେତେ ସାଙ୍ଗ ସାଥି ଭେଟ ହୁଏ ଏଠି

କେତେ ଭାବ ନାବ ହୁଏ

ସେନେହଁ ର ଏହି ପ୍ରିତି ମଧୁଶାଳା

ପିରତି ର ଗୀତ ଗାଏ

ତୋପ୍ରେମେ ପାଗଳ ପକ୍ଷୀପ୍ରାଣମୋର

ଅନ୍ତରେ ହୁଏ ବିହ୍ଵଳି 

ଶୀତ ସକାଳ ର ବିଦେଶୀ ପକ୍ଷୀ ମୁଁ

ଆସିଛି ଆନନ୍ଦେ ବୁଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy