STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସତକହୁଚି ରେ

ସତକହୁଚି ରେ

1 min
193

ସତ କହୁଛି ମୁଁ ଜଗା କାଳିଆ ମୁଁ

  ତୋ ମହାପ୍ରସାଦ ଛୁଇଁ

ପିଣ୍ଡ ରେ ପରାଣ ଥିବା ଯାଏ ମୋର

  ତୋତେ ମୁଁ ଭୁଲିବି ନାହିଁ।


   କାଳିଆରେ ତୋତେ ମୁଁ ଭୁଲିବି,

ହୃଦ ସିଂହାସନେ ବସାଇ ଗୋସାଇଁ

  ପୂଜିବି ଭକତି ଭରେ

ନିରିମଳ ମନେ ତୋ ନାମକୁ ଗାଇ

  ପୂଜିବି ଏକ ଲୟରେ ।


ଅଭୟ ପାଦରେ ଶରଣ ପଶିଛି

 ତୋ ବିନା ମୋ ଗତି ନାହିଁ

 କାଳିଆରେ ତୋତେ ମୁଁ ଭୁଲିବି

ଯେତେ ଝଡ ଝଞ୍ଜା ଆସୁ ମୋ ଜୀବନେ

  ମଥା ପାତି ସହି ନେବି ।


ଭାଙ୍ଗି ପଡ଼ିବିନି କେବେ ରେ କାଳିଆ

  ହସି ହସି ସହି ନେବିସତ କହୁଛି ରେ

      ଜଗା କାଳିଆ ମୁଁ

ସତ କହୁଛି ମୁଁ ଜଗା କାଳିଆ ମୁଁ

  ତୋ ମହାପ୍ରସାଦ ଛୁଇଁ

ପିଣ୍ଡରେ ପରାଣ ଥିବା ଯାଏ ମୋର

  ତୋତେ ମୁଁ ଭୁଲିବି ନାହିଁ।


   କାଳିଆରେ ତୋତେ ମୁଁ ଭୁଲିବି

ହୃଦ ସିଂହା ସନେ ବସାଇ ଗୋସାଇଁ

  ପୂଜିବି ଭକତି ଭରେ

ନିରିମଳ ମନେ ତୋ ନାମକୁ ଗାଇ

  ପୂଜିବି ଏକ ଲୟରେ

ଅଭୟ ପାଦ ରେ ଶରଣ ପଶିଛି

 ତୋ ବିନା ମୋ ଗତି ନାହିଁ।


 କାଳିଆରେ ତୋତେ ମୁଁ ଭୁଲିବି

ଯେତେ ଝଡ ଝଞ୍ଜା ଆସୁ ମୋ ଜୀବନେ

  ମଥା ପାତି ସହି ନେବି

ଭାଙ୍ଗି ପଡ଼ିବିନି କେବେରେ କାଳିଆ

  ହସି ହସି ସହି ନେବି

ସମର୍ପି ଦେଇଛି ତୋ ପଦେ ନିଜକୁ

  ହେ ପ୍ରଭୁ କଳା ଗୋସାଇଁ

କାଳିଆରେ ତୋତେ ମୁଁ ଭୁଲିବି ନାହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational