STORYMIRROR

linki barik

Inspirational

3  

linki barik

Inspirational

ବିଷାକ୍ତ ସହର

ବିଷାକ୍ତ ସହର

1 min
179

ସ୍ନେହର ନଥାଏ ଚିହ୍ନବର୍ଣ୍ଣ

ଆପଣା ଭାବ ତ ଜରାଜୀର୍ଣ୍ଣ 

ସହରୀ ପ୍ରେମ ଦାରିଦ୍ର୍ୟ ନିପୁଣ

ପାଶ୍ଚାତ୍ୟ ଦ୍ଵାହିରେ ପ୍ରାଚ୍ୟ ବିଲୀନ।।


ସଭ୍ୟତା ଦ୍ଵାହିରେ ଆଧୁନିକତାର ରଙ୍ଗମଞ୍ଚ

ଏଠି ପାଣିପବନ ବି କ୍ରୟ 

ଅର୍ଥ ବିନିମୟେ ଜୀବନ ବିକ୍ରୟ

ସହର ଯେ ଅଟେ ବିଷାକ୍ତମୟ।।


ସ୍ୱାର୍ଥରେ ପଡ଼ିଛି ସମ୍ପର୍କ ବନ୍ଧା

ମିଛିମିଛିକା ସ୍ନେହୀୟ ଭାବରେ

ଜୀବନର ପୂର୍ଣ୍ଣତା 

ସମାପ୍ତେ ସ୍ୱାର୍ଥ ସଭିଏଁ ପର

ସହରର ଏ ସ୍ୱତନ୍ତ୍ରତା।।


ନିବାରିତ ଇଲାକାରେ ବିଚରନ୍ତି

କିଛି ମନୁଷ୍ୟ 

ପ୍ରାପ୍ତି ଆଶାରେ ନିର୍ଜନ ପ୍ରହରେ

ବିବେକର ତାଚ୍ଛଲ୍ୟ ହସ।।


ଦଇବ ପ୍ରଦତ୍ତ ପରା ପ୍ରକୃତି ଦୁର୍ଲ୍ଲଭ

ଏ ବିଷାକ୍ତ ସହରେ 

ଅତର୍କିତ ପ୍ରାଣ ଦିନ ବିତୁଥାଏ ଏଠି 

କୋକୁଆ ଭୟରେ।।


ହସ୍ତଶ୍ଵ ଯାନ ଏଠି ସମ୍ପର୍କଠୁ ବେଶୀ ମୂଲ୍ୟବାନ

କଜଳ ରାଜଦାଣ୍ଡେ ସେ ବିଦ୍ୟମାନ 

ସେ ମାର୍ଗ ମନୁଷ୍ୟକୁ କରେ ଆଲିଙ୍ଗନ

କଳା ଧଳା ଶ୍ୱାନ ସେ ଯେ ଅତି ଭାଗ୍ୟବାନ।।


ଦୁର୍ଲ୍ଲଭ ପଖାଳ ଶାଗ କରଡ଼ି

ଦୁଷ୍ପ୍ରାପ୍ୟ ଆଚାର ଆମ୍ବେଡା ବଡି 

ଦୁର୍ମୁଲ୍ୟ ସ୍ନେହୀୟ ଭାବ ସହୋଦର

ଜ୍ଞାନ୍ତି କୁଟୁମ୍ବ ସେ ଅତି ଦୂର।।


ବିଡା ବିଡା ଟଙ୍କାରେ ସର୍ବସ୍ୱ ପ୍ରାପ୍ୟ 

ଉପଲବ୍ଧ ଏ ସହରେ ସବୁର ବିକଳ୍ପ।।


ରାସ୍ତାକଡ ହାଲୋଜିନ ଲାଇଟ୍

ଦିଏ ଲିଭାଇ ରାତ୍ରିର ମଳିନତା 

ପାତକକୁ ଦେବାକୁ ନବଚେତନା

ଦୁକୁଦୁକୁ ଜଳେ ଲେଳିହାନ ଶିଖା।।


 ପରା ପ୍ରକୃତି ଅତି ବିରଳ

 ମଣିଷ ହାତତିଆରି କୁତ୍ରିମ ପ୍ରକୃତି ଲବ୍ଧ 

 ଚିତ୍ତବିନୋଦନ ପାଇଁ ଲବ୍ଧ କୁତ୍ରିମ ଯନ୍ତ୍ର।।



 ସର୍ବେ ନିଜନିଜ କାର୍ଯ୍ୟରେ ବ୍ୟସ୍ତ

 କେ ଜାଣେ କେ ମଳୟ କେ ବସନ୍ତ 

 କେ ବୈଶାଖ କେ ଶୀତ

 ନିଜ ମନୋରଥ ସ୍ଵଲାଗି ଜଗନ୍ନାଥ।।


ରାଜପଥ କଡେକଡେ ଧାଡ଼ିଧାଡ଼ି କୋଠାବାଡ଼ି 

କେଜାଣେ କେତେ ଶୁଭୁଥିବ ବନ୍ଦକୋଠରୀର ଆର୍ତ୍ତରଡି।।


ସୁପୁତ୍ର ସହରେ କରନ୍ତି ଗତ୍ର 

ଆମ ସରକାରର ହେବାକୁ ଭୃତ୍ୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational