Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract Romance

4  

Binata Mohanta

Abstract Romance

ଏମିତି ବିତାଇ ଥିଲି ସେହି ଦିନଟିକୁ.

ଏମିତି ବିତାଇ ଥିଲି ସେହି ଦିନଟିକୁ.

1 min
295


ଶୁଭେଚ୍ଛା ବାରତା ତରଙ୍ଗୀତ ହେଲା

         ଛୁଟିଲା ଶୁଭକାମନାର ବାଣୀ

   ମନେ ମୋର ଖେଳି ଉଠୁଥାଏ ଉନ୍ମାଦନା

         ବେଳ ଗଢ଼ିବା କ୍ଷଣି  ।

    

   ପଚାରିଲେ ମୋତେ ସଖି ସାଙ୍ଗ ମୋର

          କି ଭେଟି ଦେଲେ ବାବୁ

   ଶୁଖିଲା ଗଳାରେ କହିଲି ସଭିଙ୍କୁ

   ଲକ୍ ଡାଉନ୍, ସଟ୍ଡାଉନ୍ ସତ୍ୟାନାଶ କଲା ସବୁ ।


  ବାବୁଙ୍କର ମୋର କେତେ ଯେ ବାହାନା

          କେତେ ଯେ ପୁଣି ଢଙ୍ଗ

   କିଛି ଉପହାର ଦେଲେ ନାହିଁ ମୋତେ

          ନା ହେଲେ ଟିକିଏ ଅନ୍ତରଙ୍ଗ ।


  ପାଇବାକୁ ଚକୋଲେଟ ଅବା ଫୁଲଟିଏ

          ଦିନତମାମ୍ ହୋଇଥିଲି ଅପେକ୍ଷାରତ

   କିଛି ନ ହେଲାନାହିଁ ପ୍ରିୟ ହାତ ଧରି 

         ବିହାରିଲି ମୁଁ ବୁଲି ଛାତ ।


   ବାକି ଥିଲେ ଯେଉଁ ବନ୍ଧୁ ବାନ୍ଧବୀ

         ରାତିରେ ଫୋନ୍ କରି ପଚାରିଲେ ଭଲମନ୍ଦ

    କିଭଳି ପାଳିଲ ବିବାହ ବାର୍ଷିକୀ

          ଲେଖିବୁ ଦୁଇ ପଦ ଶବ୍ଦର ଛନ୍ଦ  । 


    ଏମିତି ବିତାଇ ଥିଲି ସେହି ଦିନଟିକୁ

          ପ୍ରକାଶିଲି ତାହା ମୁଁ ଧାଡିରେ

     ପଢି ସଭିଏଁ କୁହତ ମୋତେ

          କେତେ ଖୁସି ହୋଇଥିବି ମୁଁ ମୋ ବିବାହ ବାର୍ଷିକୀରେ ?

           

          


Rate this content
Log in

Similar oriya poem from Abstract