STORYMIRROR

Pinku Ranbida

Romance

4  

Pinku Ranbida

Romance

ଗୋଟେ ଦିନ ପାଇଁ ରାତି

ଗୋଟେ ଦିନ ପାଇଁ ରାତି

1 min
423


ରାତିକୁ ପଚାରେ ଜହ୍ନ

          ତୁ ରହିଁ ଯାଉନି କାହିଁ

ତୋ ପାଇଁ ମୋ ପ୍ରେମ

        ଅଧା ରହି ଯାଉଛି ତାହିଁ ।


ମନ ଖୋଲି କଇଁକୁ କେଭେ

           କରି ପାରୁନି ପ୍ରେମ

ଭାରି କଷ୍ଟ ଦିଏ ମତେ

        ନିଜେ ପାଇଥିବା ଏ ଜନ୍ମ ।


 କେବେ ପୁଣି ପ୍ରେମି ଯୁଗଳ

          ଲୁଚିଯା କୁହନ୍ତି ଜହ୍ନ

ଚୋରା ପୀରତି କରୁଛୁ

         କଇଁର ଦିଅନ୍ତି ରାଣ ।

       

ବୁଝିଯା ରାତି ମୋ କଥା

          କାହିଁ ହେଉ ଅମାନିଆ

ଅନ୍ଧାର କରିଦେ ଗୋଟେଦିନ

      ଆମ ପ୍ରେମ ଦେଖି ଏ ଦୁନିଆଁ ।


ଚିର ଋଣି ରହିବି ତୋ ପାଖେ

        ଟିକେ ବୁଝିଜା ରେ ରାତି

ଚିତ୍କାର୍ କରୁଛୁ କଇ

    ଆସ ଗୋ ମୋ ଜୀବନ ସାଥି


ତା ତନୁମନକୁ ଭିଜେଇ ଦେବି

        ଗୋଟିଏ ଦିନ ପାଇଁ ରହିଜା

ଦେ'ନି ଆମକୁ ଯମା କଷ୍ଟ

           ହ'ନା ତୁ ଆଉ ଅବୁଝା ।


ପ୍ରେମ କେବେ ହାର୍ ମାନେ ନାହିଁ

         ସାକ୍ଷୀ ଅଛି କେତେ ସ୍ମୃତି

ଦୟା କରିଦେ ଆମ ପାଇଁ

      ଗୋଟେ ଦିନ କରିଦେ ରାତି ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance